Latest Odisha News

BREAKING NEWS

ତୃତୀୟ ଭାରତୀୟ ଭାବେ ଗ୍ରାଣ୍ଡସ୍ଲାମ ଟେନିସର ମୂଖ୍ୟ ଡ୍ରରେ ସ୍ଥାନ ପାଇଲେ ଅଙ୍କିତା

ନୂଆଦିଲ୍ଲୀ:ଅଷ୍ଟ୍ରେଲିଆ ଓପନ ଗ୍ରାଣ୍ଡସ୍ଲାମ ଟୁର୍ଣ୍ଣାମେଂଟର ମହିଳା ଡବଲ୍ସର ମୂଖ୍ୟ ଡ୍ରରେ ସ୍ଥାନ ପାଇଛନ୍ତି ଭାରତର ଅଙ୍କିତା ରୈନା । ସେ ତୃତୀୟ ଭାରତୀୟ ଭାବେ ଗ୍ରାଣ୍ଡସ୍ଲାମ ମୂଖ୍ୟ ଡ୍ରରେ ଖେଳିବା ସୁଯୋଗ ପାଇଛନ୍ତି । ତାଙ୍କ ପୂର୍ବରୁ ସାନିଆ ମିର୍ଜା ଓ ନିରୁପମା ବୈଦ୍ୟନାଥନ ଏହି ସଫଳତାର ହାସଲ କରିଥିଲେ । ଅଙ୍କିତା ରୋମାନିଆର ମିହେଲା ବୁଜାରନେକୁଙ୍କୁ ସାଥୀ କରି ଖେଳିବେ । ମୋତେ ମିଳିଥିବା ସୁଯୋଗକୁ ହାତଛଡା କରିବି ନାହିଁ ବୋଲି ଏହି ପ୍ରତିଭାବାନ୍ ଖେଳାଳିଜଣଙ୍କ କହିଛନ୍ତି ।

ପ୍ରଥମ ରାଉଣ୍ଡରେ ସେମାନେ ଅଷ୍ଟ୍ରେଲୀୟ ଯୋଡି ଆଲୋଭିଆ ଗାଡେସ୍କି ଓ ବେଲେଣ୍ଡା ବୁଲକକଙ୍କୁ ଭେଟିବେ । ଚଳିତ ବର୍ଷ ୪ଜଣ ଭାରତୀୟ ଏଥିରେ ଅଂଶଗ୍ରହଣ କରିବେ । ସୁମିତ ନାଗଲ ପୁରୁଷ ସିଙ୍ଗଲ୍ସରେ ଏବଂ ରୋହନ ବୋପାନ୍ନା ଓ ଡିଭିଜ ଶରନ ପୁରୁଷ ଡବଲ୍ସରେ ଅଂଶଗ୍ରହଣ କରିବେ ।

Leave A Reply

Your email address will not be published.