Latest Odisha News

BREAKING NEWS

ବୈଜ୍ଞାନିକ ମାନ‌େ ଖ‌ୋଜି ବାହାର କଲ‌େ ‘ମିନି ଚନ୍ଦ୍ର’; ଜାଣନ୍ତୁ ଏହା ସମ୍ପର୍କରେ

ନୂଆଦିଲ୍ଲୀ: ବୈଜ୍ଞାନିକ ମାନେ ଏକ ‘ମିନି ଚନ୍ଦ୍ର’ର ସନ୍ଧାନ କରିଛନ୍ତି। ସୂଚନା ଅନୁଯାୟୀ ଏହି ମିନି ଚନ୍ଦ୍ର କିଛି ସପ୍ତାହ ଯାଏଁ ପୃଥିବୀ ଚାରିପାଖରେ ବୁଲିବ। ଯାହା ପରେ ସେ ନିଜସ୍ବ ସ୍ଥାନକୁ ଫେରିଯିବ ‌ବୋଲି ବୈଜ୍ଞାନିକ ମତ ଦେଇଛନ୍ତି।

ଏହା ସେପ୍ଟେମ୍ବରରେ ବୈଜ୍ଞାନିକ ମାନଙ୍କ ନଜରରେ ଆସିଥିବା ବ‌େଳେ ଡିସେମ୍ବର ୧ରେ ଏହା ପୃଥିବୀର ନିକଟତମ ହେବ ବୋଲି ସୂଚନା ମିଳିଛି। ଆସନ୍ତୁ ଜାଣିବା ଆମ ପୃଥିବୀର ଏହି ନୂତନ ମିନି ଚନ୍ଦ୍ରର ସମ୍ପର୍କର‌େ…

ଏହି ୬ ମିଟରର ଅନ୍ତରୀକ୍ଷ ବସ୍ତୁକୁ ପ୍ରଥମେ ୧୭ ସେପ୍ଟେମ୍ବରରେ ଦେଖାଯାଇଥିଲା। ବୈଜ୍ଞାନିକମାନେ ପାନୋରାମିକ୍ ସର୍ଭେ ଟେଲିସ୍କୋପ୍ ଏବଂ ରାପିଡ୍ ରେସପନ୍ସ ସିଷ୍ଟମ୍-୧ରେ ଦେଖିଥିଲ‌େ। ସେସମୟରେ ତାହା ପାଇସ‌େସ୍ ଏବଂ ସେଟସ୍ ନକ୍ଷତ୍ର ମଧ୍ୟର‌େ ରହିଥିଲା।

ମାସାଚୁସେଟ୍ସର କେମ୍ବ୍ରିଜରେ ଥିବା ମାଇନର୍ ପ୍ଲାନେଟ୍ କେନ୍ଦ୍ର ଏହାକୁ ଏଷ୍ଟୋରୟଡ ବ‌ୋଲି ଭାବିଥିଲ‌େ। ଯାହାର ନାମ ଦିଆଯାଇଥିଲା ୨୦୨୦ଏସଓ। କିନ୍ତୁ ପରେ ବୈଜ୍ଞାନିକ ମାନେ ଗଣନା କରି ପାଇଥିଲ‌େ ଯେ କିଛି ସମୟ ପାଇଁ ପୃଥିବୀ ଆଡକୁ ଏକ ମିନି ଚନ୍ଦ୍ର ଆସୁଛି।

ଆମେରିକାର ସ୍ପେସ୍ ଏଜେନ୍ସି ନାସା-ଜେପିଏଲର ଡେଭିଡ୍ ଫାରନୋଚିଆ କହିଛନ୍ତି ଯେ ଆମେ ଯେତେବେଳେ ଏହି ବସ୍ତୁର ଆକାର ଏବଂ ଓଜନ ଅଧ୍ୟୟନ କରିଥିଲୁ, ସେତେବେଳେ ଲାଗୁଥିଲା ଯେପରି ଆମ ଦ୍ୱାରା ନିର୍ମିତ ଉପଗ୍ରହ ଅଟେ। ୧୯୬୦ରୁ ୭୦ ମଧ୍ୟରେ ନାସା ଦ୍ୱାରା ପଠାଯାଇଥିବା ସର୍ଭେୟର୍ ଲୁନର ଲ୍ୟାଣ୍ଡରର ଆପୋଲୋ ରକେଟ୍ ଏକ ବୁଷ୍ଟର ପରି ମନେହୁଏ।

ବୈଜ୍ଞାନିକଙ୍କ ଗଣନା ଅନୁଯାୟୀ, ସେଣ୍ଟାଉର୍ ଡିସେମ୍ବର ୧ ତାରିଖ ସକାଳ ୩ଟା ୫୭ମି.ରେ ପୃଥିବୀ ଛାଡିବ। ଅର୍ଥାତ୍ ଭାରତୀୟ ସମୟ ଅପରାହ୍ନ ୨.୨୭ରେ ଏହା ପୃଥିବୀ ଦେଇ ଗତି କରିବ। ସେତେବେଳେ ପୃଥିବୀଠାରୁ ଏହାର ଦୂରତା ପ୍ରାୟ ୪୩ ହଜାର କିଲୋମିଟର ହେବ। ଅର୍ଥାତ୍ ଆମର ଜିଓସିଙ୍କ୍ରୋନସ୍ କକ୍ଷପଥଠାରୁ ମାତ୍ର ୮୦୦୦ କିଲୋମିଟର ଦୂର।

ଏହା ଭାରତ କିମ୍ବା ଅନ୍ୟ ‌କୌଣସି ଦେଶରେ ଦୃଶ୍ୟମାନ ହେବ ନାହିଁ। ପରବର୍ତ୍ତୀ ସମୟରେ ଏହା ୭୪ ବର୍ଷ ପରେ ଅର୍ଥାତ୍ ୨୦୭୪ ମସିହାରେ ପୃଥିବୀକୁ ଫେରିବ। ଯାହା ପୃଥିବୀଠାରୁ ପ୍ରାୟ ୧୪.୯୬ ଲକ୍ଷ କିଲୋମିଟର ଦୂରରୁ ବାହାରିବ। ତେବେ ଏହା ଦ୍ବାରା ପୃଥିବୀ ପ୍ରତି କ‌ୌଣସି ବିପଦ ନାହିଁ।

Comments are closed.