Latest Odisha News

ଜାନୁୟାରୀ ୪ରେ ସୂର୍ଯ୍ୟର ନିକଟତର ହେବ ପୃଥିବୀ

ଭୁବନେଶ୍ୱର: ମଙ୍ଗଳବାର ୪ ତାରିଖ ମଧ୍ୟାହ୍ନ ୧୨ଟାରେ ସୂର୍ଯ୍ୟଙ୍କ ନିକଟତର ହେବ ପୃଥିବୀ । ୧୨ଟା୯ ମିନିଟରେ ସୂର୍ଯ୍ୟଠାରୁ ପୃଥିବୀ ୧୪ କୋଟି ୭୧ ଲକ୍ଷ ୫ହଜାର ୫୨ କିମି ଦୂରରେ ରହିବ । ୬ ମାସ ପୂର୍ବରୁ ଏହି ଦୂରତା ୧୫ କୋଟି ୨୦ ଲକ୍ଷ ୯୮ ହଜାର ୪୫୫ କିମି ଦୂରତାରେ ରହିଥିଲା । ବିଜ୍ଞାନ ଭାଷାରେ ଏହାକୁ ପେରାହିଲିୟନ କୁହାଯାଏ ।

ଏଥର ପୃଥିବୀର ଉତରାଂଚଳରେ ଜାନୁୟାରୀ ପରେ ପରେ ତାପମାତ୍ରା କମିବା ଆରମ୍ଭ କରିବ । ସୂର୍ଯ୍ୟଙ୍କୁ ପରିକ୍ରମା କରିବା ସମୟରେ ପୃଥିବୀ ୨୩.୫ ଡିଗ୍ରୀ ଢ଼ଳିକରି ରହିଥାଏ । ଏଥିରୁ ପାଣିପାଗ ନେଇ ଆକଳନ କରାଯାଏ । ସୂର୍ଯ୍ୟ ଓ ପୃଥିବୀ ମଧ୍ୟରେ ଦୂରତା ସହ ଏହାର କିଛି ଭୂମିକା ନାହିଁ ବୋଲି ବୈଜ୍ଞାନିକ ରଘୁନନ୍ଦନ କୁମାର କହିଛନ୍ତି ।

Leave A Reply

Your email address will not be published.