Latest Odisha News

BREAKING NEWS

ପାରାଦୀପରେ ୫ ଦିନିଆ ପଲ୍ଲିଶ୍ରୀ ମେଳା , ଏଥର ମେଳାରେ ୬୨ଟି ଷ୍ଟଲ୍

ପାରାଦୀପ : ପାରାଦୀପ ବେଳାଭୂମି କଳିଙ୍ଗ ବାଲିଯାତ୍ରା ପଡିଆରେ ଆରମ୍ଭ ହୋଇଛି ୫ ଦିନିଆ ପଲ୍ଲୀଶ୍ରୀ ମେଳା ।ଏହି ମେଳାରେ ଓଡିଶାର ୨୨ ଜିଲ୍ଲା ଓ ଓଡିଶା ବାହାରୁ ୭ ଟି ରାଜ୍ୟରେ ମୋଟ ୬୨ ଟି ଷ୍ଟଲ୍ ଦିଆଯାଇଛି ।ମହିଳା ସ୍ୱୟଂ ସହାୟକ ଗୋଷ୍ଠି ଦ୍ୱାରା ପ୍ରସ୍ତୁତ ସାମଗ୍ରୀ ଏହି ଷ୍ଟଲରେ ବିକ୍ରି କରାଯାଉଛି ।

BjdElectrycity

ସୋମବାର ସନ୍ଧ୍ୟାରେ ଏହି ପଲ୍ଲୀଶ୍ରୀ ମେଳାକୁ ଜଗତସିଂହପୁର ସାଂସଦ ରାଜଶ୍ରୀ ମଲ୍ଲୀକ ଉଦଘାଟନ କରିଥିଲେ । କୋଭିଡ ସଂକ୍ରମଣ ଯୋଗୁଁ ଦୀର୍ଘଦିନ ହେଲା ମହିଳା ସ୍ୱୟଂ ସହାୟକ ଗୋଷ୍ଠୀ ଦ୍ୱାରା ତିଆରି ସାମଗ୍ରୀର ବିକ୍ରୟ ସୁବିଧା ନଥିବାରୁ ସେମାନଙ୍କ ଆର୍ଥିକ ସ୍ଥିତି ବିଗିଡିବାରେ ଲାଗିଛି । ଯାହାକୁ ଦୃଷ୍ଟିରେ ରଖି ପ୍ରଶାସନ ଏହି ୫ ଦିନିଆ ମେଳାର ଆୟୋଜନ କରିଛି  ।

ଅନ୍ୟପଟେ ଏହି ମେଳାରେ ଷ୍ଟଲ ଦେଇଥିବା ମହିଳା ସ୍ୱୟଂ ସହାୟକ ଗୋଷ୍ଠୀର ସଦସ୍ୟ ମାନେ କୋଭିଡ ଟିକାକରଣ ଦ୍ୱିତୀୟ ଡୋଜ୍ ନେଇଥିବା ପ୍ରମାଣ ପତ୍ର ବାଧ୍ୟତାମୂଳକ କରାଯାଇଥିବା ବେଳେ ଷ୍ଟଲକୁ ଆସୁଥିବା ବ୍ୟକ୍ତି ମାସ୍କ ବ୍ୟବହାର କରିବା ବାଧ୍ୟତାମୂଳକ କରାଯାଇଛି । ଏହି ମେଳାରେ ପାରାଦୀପ ବିଧାୟକ ସମ୍ବିତ ରାତରାୟ, ଜଗତସିଂହପୁର ଜିଲ୍ଲାପାଳ ପାରୁଲ ପଟୱାରୀ ଯୋଗଦେଇଥିଲେ ।

Leave A Reply

Your email address will not be published.