ନୂଆଦିଲ୍ଲୀ: ଭୂମିକମ୍ପରେ ଥରିଲା ଆଫଗାନିସ୍ତାନ, ଦିଲ୍ଲୀ-ଏନସିଆର ସମେତ ଉତ୍ତର ଭାରତର କେତେକ ସ୍ଥାନରେ କମ୍ପନ ଅନୁଭୂତ। କ୍ଷୟକ୍ଷତିର କୌଣସି ସୂଚନା ମିଳିପାରି ନାହିଁ। ବୁଧବାର ଭୋରରୁ ଆଫଗାନିସ୍ତାନରେ ଭୂକମ୍ପ ଅନୁଭୂତ ହୋଇଛି।ହିନ୍ଦୁକୁଶ ଅଞ୍ଚଳରେ ଭୁପୃଷ୍ଠରୁ ୭୫ କିଲୋମିଟର ଗଭୀରତାରେ ଏହି ଭୂକମ୍ପ ସୃଷ୍ଟି ହୋଇଛି।
ରିକ୍ଟର ସ୍କେଲରେ ଏହାର ତୀବ୍ରତା ୫.୯ ରହିଛି। ଏହି ଭୂକମ୍ପରେ ଦିଲ୍ଲୀ-ଏନସିଆର ଅଞ୍ଚଳ ସମେତ ଭାରତର କିଛି ସ୍ଥାନରେ କମ୍ପନ ଅନୁଭୂତ ହୋଇଛି ବୋଲି ନ୍ୟାସନାଲ ସେଣ୍ଟର ଫର ସେସମୋଲୋଜି ପକ୍ଷରୁ କୁହାଯାଇଛି।
ଭୂକମ୍ପ କେନ୍ଦ୍ର ନିକଟରେ ୫.୯ ରିକ୍ଟର ସ୍କେଲର ଏକ ଭୂକମ୍ପ ଗୁରୁତର କ୍ଷତି ଘଟାଇବା ପାଇଁ ଯଥେଷ୍ଟ ଶକ୍ତିଶାଳୀ ବୋଲି ବିବେଚନା କରାଯାଏ। ତେବେ ଆଜିର ଏହି ଭୂମିକମ୍ପରେ କ୍ଷୟକ୍ଷତି ନେଇ ବର୍ତ୍ତମାନ ପର୍ଯ୍ୟନ୍ତ କୌଣସି ସ୍ପଷ୍ଟ ସୂଚନା ସାମ୍ନାକୁ ଆସିନାହିଁ।
Comments are closed.