ନୂଆଦିଲ୍ଲୀ: ଗୁରୁବାର ବିଳମ୍ବିତ ରାଜଧାନୀ ଦିଲ୍ଲୀରେ ଭୂକମ୍ପ। ରାତି ପାଖାପାଖି ୧୧.୪୬ରେ ହୋଇଥିବା ଏହି ଭୂମିକମ୍ପର ତୀବ୍ରତା ୪.୨ ଥିବା ରିକ୍ଟର୍ସ୍କେଲ୍ରୁ ଜଣାପଡ଼ିଛି।
ହରିୟାଣା ଅନ୍ତର୍ଗତ ଗୁରୁଗ୍ରାମର ଦକ୍ଷିଣପଶ୍ଚିମ ଦିଗର ୪୮ କିଲୋମିଟର ଦୂରରେ ସୃଷ୍ଟ ଏହି ଭୂମିକମ୍ପ କେନ୍ଦ୍ରସ୍ଥଳର ଗଭୀରତା ଥିଲା ୭.୫ କିଲୋମିଟର୍।
ଏହାର କମ୍ପର କମ୍ପନ ଦିଲ୍ଲୀ, ନୋଏଡ଼ା, ଗୁରୁଗ୍ରାମ ଏବଂ ଗାଜିଆବାଦର କେତେକ ଅଞ୍ଚଳରେ ଅନୁଭୂତ ହୋଇଥିବା ସୂଚନା ମିଳିଛି। ତେବେ ଏଥିରେ କୌଣସି କ୍ଷୟକ୍ଷତି ଏବଂ ଜନଜୀବନହାନୀ ହୋଇଥିବା ଏଯାଏଁ ସୂଚନା ମିଳିନାହିଁ।
Comments are closed.