Latest Odisha News

BREAKING NEWS

ଦିଲ୍ଲୀ ସମେତ ପୂର୍ବ ଭାରତରେ ଭୂକମ୍ପ…

ନୂଆଦିଲ୍ଲୀ: ଦିଲ୍ଲୀ ସମେତ ଏହାର ଆଖପାଖ ଅଞ୍ଚଳରେ ମଙ୍ଗଳବାର ଦିନ ଭୂକମ୍ଫ ଅନୁଭୂତ ହୋଇଥିବା ନେଇ ଭାରତୀୟ ପାଣିପାଗ ବିଭାଗ ସୂଚନା ପ୍ରଦାନ କରିଛି ।

ଏହି ଭୂକମ୍ଫ ଦିଲ୍ଲୀ, ଉତ୍ତରାଖଣ୍ଡ, ପଞ୍ଜାବ, ହରିୟାଣାରେ ଅନୁଭୂତ ହୋଇଛି । ଭାରତ-ପାକିସ୍ତାନ ସୀମାନ୍ତ କାଶ୍ମୀରର କିଛି ଅଞ୍ଚଳରେ ମଧ୍ୟ ଆଜି ଭୂମୀକମ୍ଫ ଅନୁଭୁତ ହୋଇଥିବା ଜଣାପଡ଼ିଛି ।

ରିଚର୍ ସ୍କେଲରେ ଏହା ୬ ମାଗ୍ନିଚ୍ୟୁଡ଼ ଭୂକମ୍ଫ ହୋଇଥିବା ରେକର୍ଡ଼ କରାଯାଇଛି । ଆଜି ଦିନ ୪ଟା ୩୫ ମିନିଟରେ ଏହି ଭୂକମ୍ଫ ଅନୁଭୂତ ହୋଇଛି ।

ପାକିସ୍ତାନର ଅନେକ ଅଞ୍ଚଳରେ ଏହି ଭୂକମ୍ଫ ରିଚରସ୍କେଲରେ ୬.୧ ରହିଥିବା ଜଣାପଡ଼ିଛି । ଏହି ଭୂକମ୍ଫ ହେବା ସମୟରେ ଘର ଛାତ ଗୁଡ଼ିକ ଶବ୍ଦ କରିବା ସହିତ ଛାତ ପଂଖା ଗୁଡ଼ିକ କେତେକ ସ୍ଥାନରେ ଦୋହଲି ଯାଇଛି ବୋଲି ସୂଚନା ମିଳିଛି ।

Leave A Reply

Your email address will not be published.