Latest Odisha News

BREAKING NEWS

ସ୍ଥିତି ସମୀକ୍ଷା ଲାଗି ‘ଓଡ଼ିଶା ଆଦର୍ଶ ବିଦ୍ୟାଳୟ’ ଉପଦେଷ୍ଟାଙ୍କ ଗଞ୍ଜାମ ଜିଲ୍ଲା ଗସ୍ତ

ଭୁବନେଶ୍ୱର: ଓଡ଼ିଶା ସରକାରଙ୍କ ଆଦର୍ଶ ବିଦ୍ୟାଳୟ ଗୁଡ଼ିକର ସ୍ଥିତି ସମୀକ୍ଷା ପାଇଁ ମଙ୍ଗଳବାର ଓଡ଼ିଶା ଆଦର୍ଶ ବିଦ୍ୟାଳୟ ସଂଗଠନର ଉପଦେଷ୍ଟା ଡଃ ବିଜୟ କୁମାର ସାହୁ ଗଞ୍ଜାମ ଜିଲ୍ଲା ଗସ୍ତ କରି ଏକ ଉଚ୍ଚସ୍ତରୀୟ ବୈଠକରେ ଯୋଗଦେଇଥିଲେ । ଏହି ଦୁଇଦିନିଆ ବୈଠକର ପ୍ରଥମ ଦିନରେ ଓଏଭିଏସ୍ ନିର୍ଦ୍ଦେଶକ, ରଘୁରାମ ଆର୍. ଲାୟର, ଗଞ୍ଜାମ ଜିଲ୍ଲାପାଳ ତଥା ଜିଲ୍ଲା ମାଜିଷ୍ଟ୍ରେଟ୍ ବିଜୟ ଅମୃତ କୁଲାଙ୍ଗେ, ୨୨ ଟି ଆଦର୍ଶ ବିଦ୍ୟାଳୟର ପ୍ରିନ୍ସପାଲ୍ ଓ ୨୨ଟି ବ୍ଳକ୍ର ବ୍ଳକ୍ ଶିକ୍ଷା ଅଧିକାରୀ ଙ୍କ ସହିତ ଜିଲ୍ଲା ଶିକ୍ଷା ଅଧିକାରୀ ଯୋଗ ଦେଇ ସ୍ଥିତିର ସମୀକ୍ଷା କରିଥିଲେ ।

ଉପଦେଷ୍ଟା ଡଃ ସାହୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଓଡ଼ିଶା ଆଦର୍ଶବିଦ୍ୟାଳୟ ମିଶନର ସମ୍ପୂର୍ଣ୍ଣ ବିବରଣୀ ଦେବା ସହ, ଟେକନୋଲୋଜି, ସ୍ୱଚ୍ଛତା, ଦଳଗତ କାର୍ଯ୍ୟ, ସମୟ ଓ ପରିବର୍ତ୍ତନ ପରି ୫-ଟି ଦୃଷ୍ଟିକୋଣ ମାଧ୍ୟମରେ ଛାତ୍ରଛାତ୍ରୀମାନଙ୍କର ଆଶା ଓ ଆକାଂକ୍ଷାକୁ ପୂରଣ କରାଯାଇପାରିବ ବୋଲି ପ୍ରକାଶ କରିଥିଲେ । ଏହା ସହ ଶିକ୍ଷକ ପ୍ରଶିକ୍ଷଣ, ଭିତ୍ତିଭୂମି, ଇଆର୍ପି ଓ ୱେବସାଇଟ୍ ଗୁଡ଼ିକର ଅବଡ଼େଟ୍ ମାଧ୍ୟମରେ ଛାତ୍ରଛାତ୍ରୀମାନଙ୍କର ଉଜ୍ଜଳ ଭବିଷ୍ୟତ ନିର୍ମାଣ ପାଇଁ ଓଡ଼ିଶା ଆଦର୍ଶ ବିଦ୍ୟାଳୟର ମହତ୍ୱକୁ ରେଖାଙ୍କିତ କରିଥିଲେ । ଆଗାମୀ ଦିନମାନଙ୍କରେ କିପରି ଆଦର୍ଶ ବିଦ୍ୟାଳୟ ଗୁଡ଼ିକରେ ପାଠ୍ୟକ୍ରମ ସହିତ ଖେଳ, ପ୍ରତିଯୋଗୀତା ଓ ବୋର୍ଡ଼ ପରୀକ୍ଷା ଗୁଡ଼ିକରେ ଶତ ପ୍ରତିଶତ ଫଳାଫଳ ସହ ଆଦର୍ଶ ବିଦ୍ୟାଳୟ ଗୁଡ଼ିକୁ ଦେଶର ରୋଲ୍ ମଡ଼େଲ୍ ଭାବେ ଗଢ଼ିତୋଳିବା ପାଇଁ କେଉଁ କେଉଁ ପଦକ୍ଷେପମାନ ଗ୍ରହଣ କରାଯିବ ଏହା ଉପରେ ସବିଶେଷ ଆଲୋଚନା କରିଥିଲେ ।

ଗଞ୍ଜାମ ଜିଲ୍ଲା ଶିକ୍ଷା ଅଧିକାରୀ ଆଦର୍ଶ ବିଦ୍ୟାଳୟର ସମଗ୍ର କାର୍ଯ୍ୟପ୍ରଣାଳୀ, ବର୍ତ୍ତମାନ ସ୍ଥିତି ସହିତ ପ୍ରଗତିର ବାସ୍ତବତାକୁ ଏକ ବିବରଣୀ ମାଧ୍ୟମରେ ଦର୍ଶାଇଥିଲେ । ସେହିପରି ସମସ୍ତ ବିଦ୍ୟାଳୟର ପ୍ରିନ୍ସପାଲ୍ ପାୱାରପଏଣ୍ଟ ପ୍ରଦର୍ଶିତ କରି ନିଜ ସ୍କୁଲର ପାଠ୍ୟକ୍ରମ ଓ ସହପାଠ୍ୟକ୍ରମର ବାସ୍ତବ ସ୍ଥିତିକୁ ଉପସ୍ଥାପନ କରିଥିଲେ ।

Leave A Reply

Your email address will not be published.