Latest Odisha News

BREAKING NEWS

ଜମ୍ମୁ କାଶ୍ମୀରରେ ଭୂକମ୍ପ ଝଟକା, ରିକ୍ଟର ସ୍କେଲରେ ତିବ୍ରତା ୩.୬

ଜମ୍ମୁ କାଶ୍ମୀର: ଜମ୍ମୁ କାଶ୍ମୀରରେ ଭୂକମ୍ପ ଝଟକା । ଜମ୍ମୁ କାଶ୍ମୀରର ରଜୌରୀରେ ଆଜି ସକାଳ ସମୟରେ ଭୂକମ୍ପ ହୋଇଥିବା ସୂଚନା ମିଳିଛି । ରିକ୍ଟର ସ୍କେଲରେ ଭୂକମ୍ପର ତୀବ୍ରତା ୩.୬ ରେକର୍ଡ କରାଯାଇଛି । ଜାତୀୟ ଭୂବିଜ୍ଞାନ କେନ୍ଦ୍ର ପକ୍ଷରୁ ଏନେଇ ସୂଚନା ମିଳିଛି ।

NCS ସୂଚନା ଅନୁଯାୟୀ, ଆଜି ଭୋର ୩ଟା ୪୯ ମିନିଟ ସମୟରେ ଜମ୍ମୁ କାଶ୍ମୀରର ରଜୌରୀରେ ୩.୬ ତୀବ୍ରତାର ଭୂକମ୍ପ ଝଟକା ଅନୁଭୂତ ହୋଇଥିଲା । ଏହାର ଗଭୀରତା ୧୦ କିଲୋମିଟର ରେକର୍ଡ କରାଯାଇଛି । ଭୂକମ୍ପର ଅକ୍ଷାଂଶ ୩୩.୩୩ ଏବଂ ଦ୍ରାଘିମା ୭୪.୨୦ ରହିଛି । ଭୂକମ୍ପରେ ବର୍ତ୍ତମାନ ସୁଦ୍ଧା କୌଣସି କ୍ଷୟକ୍ଷତି ନେଇ ସୂଚନା ହସ୍ତଗତ ହୋଇନାହିଁ । ତେବେ ଭୂକମ୍ପ ପରେ ଭୟଭୀତ ଅବସ୍ଥାରେ ରହିଛନ୍ତି ସ୍ଥାନୀୟ ବାସିନ୍ଦା।

ସୂଚନାଯୋଗ୍ୟ ଯେ, ଗତ ଅଗଷ୍ଟ ୫ ତାରିଖରେ ଜମ୍ମୁ-କାଶ୍ମୀରର ଗୁଲମାର୍ଗରେ ୫.୨ ତୀବ୍ରତାର ଭୂମିକମ୍ପ ଅନୁଭୂତ ହୋଇଥିଲା । ଏହାର କେନ୍ଦ୍ରସ୍ଥଳ ଉତ୍ତର-ଉତ୍ତର-ପଶ୍ଚିମର ୧୮୪ କିଲୋମିଟର ଦୂରରେ ରହିଥିଲା । ଏହାର ଗଭୀରତା ୧୨୯କିମି ରେକର୍ଡ କରାଯାଇଥିଲା ।

Comments are closed.