Latest Odisha News

BREAKING NEWS

ମଣିପୁର ହିଂସାର ଯାଞ୍ଚ କରିବ ସିବିଆଇ; ୧୭ ଏଫଆଇଆରର ହେବ ଟିକିନିଖି ଛାନଭିନ୍

ନୂଆଦିଲ୍ଲୀ:ମଣିପୁର ହିଂସାର ଯାଞ୍ଚ କରିବ ସିବିଆଇ । ୧୭ ଏଫଆଇଆରର ଟିିକିନିଖି ତଦନ୍ତ କରିବେ । ଏଥିପାଇଁ ବୁଧବାର ବିଭିନ୍ନ ରାଙ୍କର ୫୩ ଜଣ ସିବିଆଇ ଅଧିକାରୀ ରାଜ୍ୟରେ ମୁତୟନ ଅଛନ୍ତି । ଏଥିରେ ୨୯ ମହିଳା ଅଧିକାରୀଙ୍କୁ ବି ସାମିଲ କରାଯାଇଛି । ଅଧିକାରୀ ସୂତ୍ରରୁ ମିଳିଥିବା ଖବର ଅନୁସାରେ, ତିନିଜଣ ଉପ ମହାନିର୍ଦ୍ଦେଶକ ରାଙ୍କର ଅଧିକାରୀ ନିଜ ନିଜ ଟିମର ଦାୟିତ୍ୱ ନେବେ । ଏମାନଙ୍କ ମଧ୍ୟରେ   ମହିଳା ଅଧିକାରୀ ଲବଲି କଟିଆର ଓ ନିର୍ମଳା ଦେବୀ ମଧ୍ୟ ସାମିଲ ଅଛନ୍ତି ।

ସମସ୍ତ ଅଧିକାରୀ ଯୁଗ୍ମ ନିର୍ଦ୍ଦେଶକ ଘନଶ୍ୟାମ ଉପାଧ୍ୟାୟଙ୍କୁ ରିପୋର୍ଟ କରବେ  । ମେ’  ତାରିଖରେ ରାଜ୍ୟରେ ଦେଖା ଦେଇଥିବା ହିଂସାରେ ବର୍ତ୍ତମାନ ସୁଦ୍ଧା ୧୬୦ରୁ ଅଧିକ ଲୋକଙ୍କର ମୃତ୍ୟୁ ଘଟିଛି । ଶତାଧିକ ଲୋକ ଆହତ ହୋଇଛନ୍ତି । ଏଠି କହିରଖିବୁ, ବହୁସଂଖ୍ୟକ ମେହତୀ ସମୁଦାୟଙ୍କ ଅନୁସୂଚିତ ଜନଜାତି ମାନ୍ୟତା ଦାବିକୁ ବିରୋଧ କରି ପାହାଡି ଜିଲ୍ଲାରେ ଆଦିବାସୀ ଏକମାର୍ଚ୍ଚ ବାହାରିଥିଲା । ଏହି ସମୟରେ ହିଂସାକାଣ୍ଡ ଦେଖିବାକୁ ମିଳିଥିଲା ।

ତେବେ ସିବିଆଇ ପ୍ରଥମରୁ ୮ଟି ମାମଲା ଦାଏର କରିଥିଲା । କିଛି ମହିଳାଙ୍କୁ ନିବସ୍ତ୍ର କରାଇ ରାସ୍ତାରେ ପରେଡ କରାଇବା ପରି ୨ଟି ଘଟଣା ବି ସାମିଲ ଅଛି। ଜୁଲାଇ ୧୬ ତାରିଖରେ ଏହି ଘଟଣା ସାମ୍ନାକୁ ଆସିବା ପରେ ପୁରା ଦେଶରେ ଏହାକୁ ନିନ୍ଦା କରାଯାଇଥିଲା । ସିବିଆଇ ମଣିପୁର ହିଂସା ସହ ସମ୍ବନ୍ଧିତ ଆହୁରି ୯ଟି ମାମଲାର ମଧ୍ୟ ଯାଞ୍ଚ କରିବ ।

 

Leave A Reply

Your email address will not be published.