Latest Odisha News

BREAKING NEWS

ଝାଡ଼ଖଣ୍ଡରେ ଭୂମିକମ୍ପ, ଓଡ଼ିଶାରେ ସାମାନ୍ୟ ଝଟକା

ରାଇରଙ୍ଗପୁର: ମୟୂରଭଞ୍ଜ ଜିଲ୍ଲା ରାଇରଙ୍ଗପୁରରେ ଶନିବାର ଦିନ ସକାଳେ ମୃଦୁ ଭୂମିକମ୍ପ ଅନୂଭୁତ ହେବାପରେ ଏହି ଅଞ୍ଚଳରେ ଲୋକେ କିଛି ସମୟ ଲାଗି ଆତଙ୍କିତ ହୋଇ ଉଠିଥିଲେ ।

ମିଳିଥିବା ସୂଚନାନୁଯାୟୀ, ଓଡ଼ିଶାର ପଡ଼ୋଶୀ ରାଜ୍ୟ ଝାଡ଼ଖଣ୍ଡରେ ସକାଳ ୬ଟା ୨୦ ମିନିଟରେ ମୃଦୁ ଭୂକମ୍ପ ଅନୁଭୂତ ହୋଇଛି । ରିଚର୍ ସ୍କେଲରେ ଏହି ଭୂକମ୍ପର ତୀବ୍ରତା ୪.୪ ରହିଥିବାର ପାଣିପାଗ ବିଭାଗ ପକ୍ଷରୁ ଜଣା ପଡ଼ିଛି ।

ରାଇରଙ୍ଗପୁର ବ୍ୟତୀତ ଜିଲ୍ଲାର ବିଶୋଇ, ବହଳଦା ଓ ଗୋରୁମହିଷାଣୀ ଅଞ୍ଚଳରେ ଭୂମିକମ୍ପ ଅନୁଭୁତ ହୋଇଛି । ଭୂମିକମ୍ପ ହେବାର ସୂଚନା ପାଇବା ମାତ୍ରେ ହଜାର ହଜାର ସଂଖ୍ୟାରେ ଲୋକମାନେ ଭୟଭିତ ହୋଇ ଘର ବାହାରକୁ ଚାଲିଆସିଥିଲେ । ତେବେ ମିଳିଥିବା ସୂଚନାନୁଯାୟୀ ଏହି ଭୂକମ୍ପରେ କୌଣସି ଧନ ଜୀବନର କ୍ଷୟକ୍ଷତି ହୋଇନାହିଁ ।

ଭୁବନେଶ୍ୱରସ୍ଥିତ ପାଣିପାଗ କେନ୍ଦ୍ରର ଜଣେ ବରିଷ୍ଠ ଅଧିକାରୀଙ୍କ କହିବାନୁଯାୟୀ, ପଡ଼ୋଶୀ ରାଜ୍ୟ ଝାଡ଼ଖଣ୍ଡର ଷଢେଇକଳା ଅଞ୍ଚଳ ହିଁ ଭୂକମ୍ପର କେନ୍ଦ୍ରସ୍ଥଳ ରହିଥିଲା । ଏଠାରେ ରିଚର ସ୍କେଲରେ ଭୂକମ୍ପର ତୀବ୍ରତା ୪.୪ ରହିଥିଲା ।

Leave A Reply

Your email address will not be published.