Latest Odisha News

ପଶ୍ଚିମ ଓଡିଶାର ୩ଟି ଜିଲ୍ଲାରେ ଆଜି ନବୀନଙ୍କ ହାଇଭୋଲଟେଜ୍ ପ୍ରଚାର

ଭୁବନେଶ୍ୱର : ଓଡିଶାର ୩ୟ ପର୍ଯ୍ୟାୟ ନିର୍ବାଚନରେ ୬ଟି ଲୋକସଭା ଓ ୪୨ ବିଧାନସଭା ଆସନ ଲାଗି ହେବାକୁ ଥିବା ନିର୍ବାଚନର ପ୍ରଚାର ଅଭିଯାନ ରବିବାର ସନ୍ଧ୍ୟାରେ ସମାପ୍ତ ହେବାକୁ ଯାଉଛି । ଏହି ଅବସରରେ ବିଜେଡି ସୁପ୍ରିମୋ ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଶନିବାର ଦିନ ପଶ୍ଚିମ ଓଡିଶାର ୩ଟି ଜିଲ୍ଲାରେ ହାଇଭୋଲଟେଜ୍ ପ୍ରଚାର କରିବେ ।

ତାଙ୍କ କାର୍ଯ୍ୟସୂଚୀ ଅନୁଯାୟୀ ମୁଖ୍ୟମନ୍ତ୍ରୀ ଅନୁଗୁଳ ଜିଲ୍ଲା ଗସ୍ତ କରି ତାଳଚେର, ରେଙ୍ଗାଲି ଓ ଛେଣ୍ଡିପଦାରେ ଆୟୋଜିତ ଏକ ଜନସଭାରେ ଯୋଗଦେବେ ।

ସେଠାରୁ ନବୀନ ସମ୍ବଲପୁର ଅଭିମୁଖେ ଗସ୍ତ କରିବେ । ପରେ ନାକଟିଦେଉଳରେ ଏକ ଜନସମାବେଶରେ ଉଦବୋଧନ୍ ଦେବେ । ଆହୁରି ମଧ୍ୟ ପରବର୍ତ୍ତୀ ସମୟରେ ସେ ଦେବଗଡରେ ଏକ ବୈଠକରେ ଯୋଗଦେବେ ।

ପ୍ରାୟ ଦ୍ୱିପ୍ରହର ବେଳକୁ ନବୀନ ରେଙ୍ଗାଲିରୁ ସମ୍ବଲଯୁର ଯାଏଁ ଏକ ରୋଡ ଶୋ’ କରିବାର କାର୍ଯ୍ୟକ୍ରମ ରହିଛି ।

Leave A Reply

Your email address will not be published.