Latest Odisha News

BREAKING NEWS

ପାକିସ୍ତାନ ଭୂମିକମ୍ପରେ ୨୬ ମୃତ; ପିଓକେରେ ଅଧିକ ଅନୁଭୂତ

ଇସଲାମାବାଦ: ପାକିସ୍ତାନ ଅଧିକୃତ କାଶ୍ମୀର, ପଞ୍ଜାବ ଏବଂ ଖାଇବର ଫାଖତୁନଖ୍ୱା ପ୍ରୋଭିନ୍ସରେ ମଙ୍ଗଳବାର ଦିନ ହୋଇଥିବା ଭୂମିକମ୍ପ ଯୋଗୁଁ ୨୬ ଜଣ ବ୍ୟକ୍ତିଙ୍କର ମୃତ୍ୟୁ ଘଟିଛି ଏବଂ ଏହି ଭୂକମ୍ପରେ ପ୍ରାୟ ୩୦୦ ଜଣ ବ୍ୟକ୍ତି ଗୁରୁତର ଆହତ ହୋଇଛନ୍ତି ।

ପାକିସ୍ତାନ ସରକାରୀ ସୂତ୍ରରୁ ଜଣାପଡ଼ିଛି ଯେ, ଏହି ମୃତ୍ୟୁସଂଖ୍ୟା ଏବେ ୨୬ରେ ପହଞ୍ଚିଥିବା ବେଳେ ମୃତ୍ୟୁ ସଂଖ୍ୟା ବୃଦ୍ଧି ଘଟିବାର ସମ୍ଭାବନା ରହିଛି ।

ରିକ୍ଟରସ୍କେଲରେ ଭୂକମ୍ପର ମାତ୍ରା ୬.୧ ରହିଥିବା ବେଳେ ଏହା ସନ୍ଧ୍ୟା ସମୟରେ ଘଟିଥିଲା । ଏହି ଭୂକମ୍ପ ଇସଲାମାବାଦ, ରାୱଲପିଣ୍ଡି, ସିଆଲକୋଟ, ମୁରି, ଝେଲମ, ଚାରସଡ଼ା, ସ୍ୱାତ, ଖାଇବର, ଆବୋଟ୍ଟାବାଦ, ବଜାଉର, ନୌସେରା, ମାନସେହରା, ବାଟ୍ଟାଗ୍ରାମ, ତୋରଘର ଏବଂ କୋହିସ୍ତାନ ଅଞ୍ଚଳର ଅଧିକାଂଶ ସ୍ଥାନରେ ଅନୁଭୂତ ହୋଇଛି ।ପାକିସ୍ତାନ ଅଧିକୃତ କାଶ୍ମୀର (ପିଓକେ)ରେ ଅଧିକ ମାତ୍ରାରେ ମୃତ୍ୟୁ ଘଟଣା ଘଟିଥିବାର ସରକାରୀ ସୂଚନାରୁ ଖବର ମିଳିଛି ।

ଏହି ଭୂକମ୍ପ ମଧ୍ୟ ଭାରତର ରାଜଧାନୀ ଦିଲ୍ଲୀ ସମେତ ଉତ୍ତରାଖଣ୍ଡ, ପଞ୍ଜାବ ଏବଂ କାଶ୍ମୀର ଏବଂ ଜମ୍ମୁଠାରେ ଅନୁଭୂତ ହୋଇଥିବାର ସୂଚନା ମିଳିଛି ।

Comments are closed.