Latest Odisha News

BREAKING NEWS

ଯୁଦ୍ଧର ପ୍ରଭାବ : ଷ୍ଟକ୍ ମାର୍କେଟରେ ୧୮୦୦ ପଏଣ୍ଟରୁ ତଳକୁ ଖସିଲା ସେନ୍ସେକ୍ସ

ମୁମ୍ବାଇ : ଋଷିଆ ୟୁକ୍ରେନ ମଧ୍ୟରେ ଜାରି ରହିଛି ଯୁଦ୍ଧ । ଧିରେ ଧିରେ ପରିସ୍ଥିତି ସାଙ୍ଘାତିକ ରୂପ ନେଉଛି ।ଗୁରୁବାର ଋଷିଆ ଓ ୟୁକ୍ରେନ ମଧ୍ୟରେ ଯୁଦ୍ଧ ଆରମ୍ଭ ହେବା ଫଳରେ ଭାରତୀୟ ଷ୍ଟକ୍ ମାର୍କେଟ ଉପରେ ଗଭୀର ପ୍ରଭାବ ପଡିଛି ।  ବମ୍ବେ ଷ୍ଟକ୍ ଏକ୍ସଚେଞ୍ଚ ଇଣ୍ଡେକ୍ସ ସେନ୍ସେକ୍ସ ଗୁରୁବାର ୧୮୫୦ ପଏଣ୍ଟ ହ୍ରାସ ପାଇଛି । କିଛି ସମୟ ପରେ ସ୍ଥିତିରେ ସୁଧାର ଆସିଥିବା ଦେଖିବାକୁ ମିଳିଥିଲା ।

ଏବଂ ଅଗ୍ରଗତି ପରିଲକ୍ଷିତ ହୋଇଥିଲା । ସୂଚନା ଅନୁସାରେ ୧୪୩୦ ପଏଣ୍ଟ ହ୍ରାସ ପାଇ ୫୫,୮୦୨ରେ ପହଁଞ୍ଚିଥିଲା ।ହେଲେ ବର୍ତ୍ତମାନ ପୁଣି ଥରେ ସେନ୍ସେକ୍ସ ୧୮୦୫ ପଏଣ୍ଟ ହ୍ରାସ ପାଇ ୫୫,୪୨୬ରେ ରହିଛି । କିଛି ସମୟର କାରବାରରେ ୮ଲକ୍ଷ କୋଟି ଟଙ୍କା ନିବେଶକମାନେ ହରାଇଛନ୍ତି ବା କ୍ଷତି ସହିଛନ୍ତି । ଏହା ସହ ନ୍ୟାସନାଲ ଷ୍ଟକ୍ ଏକ୍ସଚଞ୍ଚ ନିଫ୍ଟ ଉପରେ ଯୁଦ୍ଧର ପ୍ରଭାବ ଦେଖାଦେଇଛି ।

ଏହା ୪୧୪ ପଏଣ୍ଟ ହ୍ରାସ ପାଇବା ସହ ୧୬,୬୪୮ରେ ପହଁଞ୍ଚିଛି । ସେୟାର ମାର୍କେଟ ଖୋଲିବା ସହିତ ୨୭୦ ଟି ସେୟାର ବୃଦ୍ଧି ପାଇଥିବା ବେଳେ ୧୮୫୩ ସେୟାର ହ୍ରାସ ପଞ୍ଚିକ୍ୃତ ହୋଇଛି ।ଏବଂ ୭୯ଟି ସେୟାର ଅପରିବର୍ତ୍ତିତ ରହିଛି । ଏହା ସହିତ ୩୦ଟି ସେୟାର ଷ୍ଟକ୍ ମାର୍କେଟରେ ରିସ୍କରେ ରହିଥିବା ବେଳେ । ଟାଟା ମୋଟର୍ସ , ଇଣ୍ଡସଇଣ୍ଡ ବ୍ୟାଙ୍କ,  ଟାଟା ଷ୍ଟିଲ୍ ,ଆଇସିଆଇସିଆଇ ବ୍ୟାଙ୍କ ,ୟୁପିଏଲ୍ ତଳକୁ ଖସିଛି ବୋଲି ସୂଚନା ମିଳିଛି।ସେପଟେ ଋଷିଆ ଓ ୟୁକ୍ରେନ ଯୁଦ୍ଧରେ ସେୟାର ମାର୍କଟ ଉପରେ ଗଭୀର ପ୍ରଭାବ ପଡିଛି ।

Comments are closed.