Latest Odisha News

BREAKING NEWS

ଫେରି ଆସିଲା ଏୟାର୍‌ ଇଣ୍ଡିଆ ବିମାନ: ୟୁକ୍ରେନ୍‌ରେ ଫସି ରହିଗଲେ ଅନେକ ଭାରତୀୟ

ଦିଲ୍ଲୀ: ଫେରି ଆସିଲା ଏୟାର୍‌ ଇଣ୍ଡିଆ ବିମାନ । ୟୁକ୍ରେନ୍‌ରେ ଫସି ରହିଗଲେ ଅନେକ ଭାରତୀୟ । ରୁଷ୍‌ ଆକ୍ରମଣ ହେତୁ ବେସାମରିକ ବିମାନ ଚଳାଚଳ ପାଇଁ ୟୁକ୍ରେନ୍‌ ଆକାଶ ମାର୍ଗ ବନ୍ଦ କରିଦେବାରୁ ସେଠାରେ ଥିବା ଭାରତୀୟ ନାଗରିକମାନଙ୍କୁ ଆଣିବାକୁ ଯାଇଥିବା  ଏକ ବିମାନ ଫେରି ଆସିଛି ।

ରୁଷ୍‌ ଓ ୟୁକ୍ରେନ୍‌ ଯୁଦ୍ଧ ଲାଗିବା ଆଶଙ୍କାରେ ସ୍ବଦେଶ ଫେରିଆସିବା ଲାଗି ଓଡ଼ିଆଙ୍କ ସମେତ ହଜାର ହଜାର ଭାରତୀୟ ୟୁକ୍ରେନ୍ ବିମାନ ବନ୍ଦରରେ ଅପେକ୍ଷା କରିଛନ୍ତି ।  ସେମାନଙ୍କ ମଧ୍ୟରେ ଅଛନ୍ତି ଡାକ୍ତରୀ ପଢ଼ିବାକୁ ୟୁକ୍ରେନ୍‌ ଯାଇଥିବା ଓଡ଼ିଆ ଯୁବକଯୁବତୀଙ୍କ ଫେରିବା ନେଇ ସମ୍ପ୍ରତି ଅନିଶ୍ଚିତତା ଦେଖାଦେଇଛି । ଘରେ ଚିନ୍ତିତ ପିତାମାତା ଓ ଅଭିଭାବକ ସେମାନଙ୍କ ଫେରିବା ପଥକୁ ଚାହିଁ ବସିଛନ୍ତି ।

ୟୁକ୍ରେନ୍‌ ଅଭିମୁଖେ ପ୍ରେରିତ ସମସ୍ତ ବିମାନ ପ୍ରତି ‘ନୋଟାମ୍‌’ (ବିମାନଚାଳକମାନଙ୍କ ପ୍ରତି ନୋଟିସ୍‌) ଜାରି ହେବା ପରେ ଦିଲ୍ଲୀ ଫେରି ଆସିବାକୁ ଏୟାର୍‌ ଇଣ୍ଡିଆ ବିମାନ ସ୍ଥିର କରିଥିଲା ।

Comments are closed, but trackbacks and pingbacks are open.