ତେଲେଙ୍ଗାନା: ତେଲେଙ୍ଗାନାରେ ଭୂକମ୍ପ ଝଟକା । ଆଜି ସକାଳୁ ତେଲେଙ୍ଗାନାର ୱାରଙ୍ଗଲ ଜିଲ୍ଲାରେ ସକାଳ ପ୍ରାୟ ୪ଟା୩୦ ମିନିଟ୍ ସମୟରେ ଭୂମିକମ୍ପ ଅନୁଭୂତ ହୋଇଛି । ରିକ୍ଟର ସ୍କେଲରେ ଏହାର ତୀବ୍ରତା ୩.୬ ରେକର୍ଡ କରାଯାଇଛି । ଏଥିରେ କୌଣସି କ୍ଷୟକ୍ଷତିର ଖବର ନାହିଁ । ଜାତୀୟ ଭୂକମ୍ପ ବିଜ୍ଞାନ କେନ୍ଦ୍ର ପକ୍ଷରୁ ଏନେଇ ସୂଚନା ଦିଆଯାଇଛି ।
ଜାତୀୟ ଭୂକମ୍ପ ବିଜ୍ଞାନ କେନ୍ଦ୍ର ଅନୁସାରେ, ଭୂମିକମ୍ପର ଗଭୀରତା ୩୦କିମି ବୋଲି ରେକର୍ଡ ହୋଇଛି । ୱାରଙ୍ଗଲ ଠାରୁ ୧୨୭କିମି ଦୂର ପୂର୍ବରେ ଏହାର କେନ୍ଦ୍ରସ୍ଥଳ ରହିଛି । ଆଜି ସକାଳୁ ଭୂକମ୍ପ ଝଟକା ଅନୁଭୂତ ହୋଇଥିଲା । ଏହି ସମୟରେ ଲୋକମାନେ ଶୋଇଥିବାରୁ ଆତଙ୍କିତ ହୋଇପଡିଥିଲେ । କିଚି ଲୋକ ଘର ବାହାରକୁ ଦୌଡି ପଳାଇଥିଲେ । ତେବେ ଭୂକମ୍ପ କାରଣରୁ କିଛି ଧନ ଜୀବନ ନଷ୍ଟ ହୋଇନି ।
Comments are closed.