Latest Odisha News

BREAKING NEWS

କାରଗିଲରେ ୪.୭ ତୀବ୍ରତାର ଭୁମିକମ୍ପ ଝଟକା ଅନୁଭୂତ

ନୂଆଦିଲ୍ଲୀ: ଜମ୍ମୁ-କାଶ୍ମୀରର ଲଦାଖ ସ୍ଥିତ କାରଗିଲ ଠାରେ ରବିବାର ଦିନ ତୀବ୍ର ଭୁମିକମ୍ପର ଝଟକା ଅନୁଭୂତ ହୋଇଛି। ଯାହାଫଳରେ ସ୍ଥାନୀୟ ବାସିନ୍ଦା ଭୟଭୀତ ହୋଇପଡିଛନ୍ତି।

ନ୍ୟାସନାଲ ସେଣ୍ଟର ଫର୍ ସେସିମୋଲୋଜିର ରିପୋର୍ଟ ଅନୁଯାୟୀ ରିକ୍ଟର ସ୍କେଲରେ ଏହି ଭୂମିକମ୍ପର ତୀବ୍ରତା ୪.୭ ମପା ଯାଇଥିଲା। ଆଜି ଭୋର ୩ଟା ୩୭ମି. ସମୟରେ ଏହି ଭୁମିକମ୍ପ ଝଟକା ଅନୁଭୂତ ହୋଇଥିଲା।

ଆହୁରି ମଧ୍ୟ ଏହି ଏଜେନ୍ସିର ରିପୋର୍ଟ ଅନୁଯାୟୀ କାରଗିଲ ଠାରୁ ୪୩୩କିମି. ଦୂର ଉତ୍ତର-ଉତ୍ତରପଶ୍ଚିମ ଅଞ୍ଚଳରେ ଏହି ଭୁମିକମ୍ପ ଅନୁଭୂତ ହୋଇଥିଲା।

ଭୋର ସମୟରେ ଭୁମିକମ୍ପ ହୋଇଥିବା ଯୋଗୁଁ ଜନସାଧାରଣ ଭୟରେ ଘରୁ ବାହାରକୁ ଚାଲିଯାଇଥିବା ନେଇ ସୂଚନା ମିଳିଛି । ତେବେ ଭୁମିକମ୍ପର କେନ୍ଦ୍ର କେଉଁଠି ଥିଲା ଏବଂ ଏହା ଫଳରେ କଣ କ୍ଷୟକ୍ଷତି ହୋଇଛି ସେନେଇ କୌଣସି ସ୍ପଷ୍ଟ ସୂଚନା ମିଳିପାରିନାହିଁ ।

Leave A Reply

Your email address will not be published.