Latest Odisha News

ଦଶମ ଟପ୍ପର ୨୪ କିଲୋମିଟର ସାଇକେଲ ଚଳାଇ ଯାଉଥିଲେ ସ୍କୁଲ

ମଧ୍ୟପ୍ରଦେଶ: କଥାରେ ଅଛି ପରିଶ୍ରମ କେବେ ବୃଥା ଯିବନି । ପରିଶ୍ରମର ଫଳ ସବୁବେଳେ ମିଠା ହୋଇଥାଏ । ଏକଥାକୁ ପ୍ରତିପାଦନ କରୁଛି କୁନି ଝିଅ ରୋଶନୀ ଭୋଦରିଆ । ଘର ମଧ୍ୟପ୍ରଦେଶରେ ଭିଣ୍ଡ ଜିଲ୍ଲାରେ । ଗାଁ ଅଜନୋଲ୍ । ଚଳିତବର୍ଷ ମଧ୍ୟପ୍ରଦେଶ ଦଶମ ଶ୍ରେଣୀ ବୋର୍ଡ ପରୀକ୍ଷାରେ କମାଲ କରିଛନ୍ତ । ସମସ୍ତଙ୍କ ନଜରକୁ ଆସିଛନ୍ତି ରୋଶନୀ । ୯୮. ୫ ପ୍ରତିଶତ ନମ୍ବର ରଖିଛନ୍ତି ।

ମଧ୍ୟପ୍ରଦେଶ ଦଶମ ବୋର୍ଡ ପରୀକ୍ଷାର ମେରିଟ ଲିଷ୍ଟର ଅଷ୍ଟମ ସ୍ଥାନରେ ଅଛନ୍ତି ରୋଶନୀ । ତାଙ୍କର ଏହି ସଫଳତାରେ ସମସ୍ତେ ଭାରି ଖୁସି । ସମସ୍ତେ ଗୋଟିଏ କଥା କହୁଛନ୍ତି ରୋଶନୀ ତା ପରିଶ୍ରମର ଫଳ ପାଇଛି ।

ମେଧାବୀ ଛାତ୍ରୀ ରୋଶନୀ । ପିଲାଟି ବେଳରୁ ପାଠ ପ୍ରତି ଭାରି ଆଗ୍ରହ ରଖିଆସିଛି । ଏଥିପାଇଁ ବହୁ ଘାତ ପ୍ରତିଘାତର ସାମନା କରିଛନ୍ତି ରୋଶନୀ । କାରଣ ଘର ପାଖରେ ସ୍କୁଲ ନଥିଲା । ପଢ଼ିବା ପାଇଁ ପ୍ରତିଦିନ ସାଇକେଲରେ ଯାଉଥିଲେ ୨୪ କିଲୋମିଟର ରାସ୍ତା । ୧୨ କିଲୋମିଟ ଦୂରରେ ସ୍କୁଲ । କି ଖରା, ବର୍ଷା ଅବା ଶୀତ । କେବେ ସ୍କୁଲ ବନ୍ଦ କରନ୍ତି ନାହିଁ ।

ଦଶମ ବୋର୍ଡ ପରୀକ୍ଷାରେ ଗଣିତ ଓ ବିଜ୍ଞାନରେ ଶହେରୁ ଶହେ ରଖିଛନ୍ତି ରୋଶନୀ । ଲକ୍ଷ୍ୟ ରଖିଛନ୍ତି ଭବିଷ୍ୟତରେ ପାଠ ପଢ଼ି ଆଇଏଏସ୍ ହେବେ । ଲୋକସେବାରେ ନିଜକୁ ନିୟୋଜିତ କରି ସମାଜର କଲ୍ୟାଣ ଦିଗରେ କାମ କରିବେ । ରୋଶନୀଙ୍କ ବାପା ଜଣେ ସାଧାରଣ କୃଷକ । ଦଶମ ବୋର୍ଡ ପରୀକ୍ଷାରେ କୃତକାର‌୍ୟ୍ୟ ହୋଇ ରୋଶନୀ ପ୍ରମାଣ କରି ଦେଖାଇଛନ୍ତି ଯେ, ଦୃଢ଼ ଇଚ୍ଛାଶକ୍ତି, ଧୈର‌୍ୟ୍ୟ ଓ ପରିଶ୍ରମ ବଳରେ ସଫଳତା ସୁନିଶ୍ଚିତ ।

Leave A Reply

Your email address will not be published.