ଇସ୍ତାନବୁଲ: ତୁର୍କୀରେ ଗୁରୁବାର ସନ୍ଧ୍ୟାରେ ଶକ୍ତିଶାଳୀ ଭୂମିକମ୍ପ ଅନୁଭୂତ ହୋଇଛି। ଏହି ଭୂମିକମ୍ପର ତୀବ୍ରତା ରିକ୍ଟର ସ୍କେଲରେ ୫.୧ ମାପ କରାଯାଇଛି। ଭୂମିକମ୍ପ ଏତେ ଶକ୍ତିଶାଳୀ ଥିଲା ଯେ ଲୋକମାନେ ଘରୁ ବାହାରକୁ ବାହାରି ଆସିଥିଲେ। ଯଦିଓ ଏପର୍ଯ୍ୟନ୍ତ କୌଣସି ଧନଜୀବନ ନଷ୍ଟ ହୋଇଥିବା ରିପୋର୍ଟ ଆସିନାହିଁ।
ଇଏମଏସସି ରିପୋର୍ଟ ଅନୁଯାୟୀ, ଗୁରୁବାର ତୁର୍କୀରେ ରିକ୍ଟର ସ୍କେଲରେ ୫.୧ ତୀବ୍ରତାର ଏକ ଭୂମିକମ୍ପ ଅନୁଭୂତ ହୋଇଥିଲା। କୁଲୁରୁ ଉତ୍ତର-ପୂର୍ବରେ ୧୪ କିଲୋମିଟର ଦୂରରେ ଭୂମିକମ୍ପ ଅନୁଭୂତ ହୋଇଥିଲା।
ସେହିପରି ବୁଧବାର ସକାଳେ ଗ୍ରୀସର ଫ୍ରାଏ ନିକଟରେ ୬.୧ ତୀବ୍ରତାର ଭୂମିକମ୍ପ ହୋଇଥିଲା। ଯାହା ପରେ ଏହି ଭୂମିକମ୍ପ ହୋଇଥିବା ଜଣାପଡିଛି। ଯୁକ୍ତରାଷ୍ଟ୍ର ଭୂତତ୍ତ୍ୱ ସର୍ଭେ ଅନୁଯାୟୀ, ସ୍ଥାନୀୟ ସମୟ ରାତି ୧:୫୧ ମିନିଟରେ ୭୮ କିଲୋମିଟର ଗଭୀରତାରେ ଭୂମିକମ୍ପ ହୋଇଥିଲା। ଭୂମିକମ୍ପଟି ମିଶରର କାଇରୋ ସହିତ ଇସ୍ରାଏଲ, ଲେବାନନ, ତୁର୍କୀ ଏବଂ ଜୋର୍ଡାନରେ ଅନୁଭୂତ ହୋଇଥିଲା।
Comments are closed.