Latest Odisha News

ଭୂମିକମ୍ପରେ ଥରିଲା ପାକିସ୍ତାନ; ତୀବ୍ରତା ୪.୬

କରାଚୀ: ପାକିସ୍ତାନରେ ପୁଣି ଥରେ ଏକ ଶକ୍ତିଶାଳୀ ଭୂମିକମ୍ପ ଅନୁଭୂତ ହୋଇଛି। ଏଥର ତୀବ୍ରତା ୪.୬ ମାପ କରାଯାଇଥିଲା। ଯାହା ଫଳରେ ସୋମବାର ପଶ୍ଚିମ ପାକିସ୍ତାନରେ ଲୋକଙ୍କ ମଧ୍ୟରେ ଆତଙ୍କ ଖେଳିଯାଇଥିଲା। ନ୍ୟାସନାଲ ସେଣ୍ଟର ଫର୍ ସିସମୋଲୋଜି (ଏନସିଏସ୍) ଅନୁଯାୟୀ, ଏହି ଭୂମିକମ୍ପର ତୀବ୍ରତା ରିକ୍ଟର ସ୍କେଲରେ ୪.୬ ମାପ କରାଯାଇଥିଲା।

ଭୂମିକମ୍ପ ଏତେ ଶକ୍ତିଶାଳୀ ଥିଲା ଯେ ଅନେକ ଲୋକ ଭୟଭୀତ ହୋଇ ଘରୁ ବାହାରକୁ ବାହାରି ଆସିଥିଲେ। ତେବେ ଏପର୍ଯ୍ୟନ୍ତ କୌଣସି ଜୀବନ କିମ୍ବା ସମ୍ପତ୍ତି କ୍ଷତିର ରିପୋର୍ଟ ମିଳିନାହିଁ। କିନ୍ତୁ ଭୂମିକମ୍ପ ପରେ ଅଞ୍ଚଳରେ ଭୟର ବାତାବରଣ ରହିଛି।

ବିଶେଷଜ୍ଞଙ୍କ ମତରେ ୪.୬ ତୀବ୍ରତା ମଧ୍ୟମ ବର୍ଗ ଭୂମିକମ୍ପରେ ଆସିଥାଏ। କିନ୍ତୁ ଯଦି ଏହା ଜନବସତି ଅଞ୍ଚଳରେ ହୁଏ ତେବେ କ୍ଷତି ହେବାର ସମ୍ଭାବନା ରହିଛି।

Comments are closed.