Latest Odisha News

ଭୂ-କମ୍ପ ଝଟକାରେ ମିଆଁମାର ସହ ଥରିଲା ମେଘାଳୟ, ଲୋକେ ଭୟଭୀତ

ସିଲଂ: ଭୂ-କମ୍ପ ଝଟକାରେ ଥରିଲା ମିଆଁମାର । ରିକ୍ଟର ସ୍କେଲରେ ଏହାର ତୀବ୍ରତା ୫.୬ ରେକର୍ଡ କରାଯାଇଛି । ତେବେ ଏହି ଭୂ-କମ୍ପ ଝଟକା ଏତେ ଯୋରରେ ଥିଲା ଯେ, ଏହାର ପ୍ରଭାବ ମେଘାଳୟ ଓ ଆସାମର ଗୌହାଟୀରେ ମଧ୍ୟ ଦେଖିବାକୁ ମିଳିଛି । ରିକ୍ଟର ସ୍କେଲରେ ୪ ଥିବା ଜଣାପଡ଼ିଛି ।

ତେବେ ଏହାର କେନ୍ଦ୍ର ସ୍ଥଳ ଶିଲଂ ଠାରୁ ୧୦ କିମି ଦୂରରେ ହୋଇଥିବାବେଳେ, ଏହା ଭୂଷ୍ଠରୁ ୧୧୦ କିମି ଗଭୀରତାରେ ସୃଷ୍ଟି ହୋଇଥିବା ସୂଚନା ରହିଛି । ଏହି ଭୂ-କମ୍ପ ର ଝଟକା ସନ୍ଧ୍ୟା ପ୍ରାୟ ସାଢେ ୬ ଟା ରେ ଅନୁଭୂତ ହୋଇଥିଲା । ଏଥିରେ କୌଣସି କ୍ଷୟକ୍ଷତି ନେଇ ବର୍ତ୍ତମାନ ସୁଦ୍ଧା କୌଣସି ସୂଚନା ନାହିଁ ।

ଭୂ-କମ୍ପ ର ଝଟକା ଅନୁଭୂତ ହେବା ପରେ ଭୟଭୀତ ହୋଇ ଘର ବାହାରକୁ ଚାଲି ଆସି ଖୋଲା ସ୍ଥାନରେ ଆଶ୍ରୟ ନେଇଥିଲେ ଲୋକେ ।

Comments are closed.