Latest Odisha News

ପୁଣି ଦିଲ୍ଲୀରେ ଭୂକମ୍ପ ଝଟକା: ରିକ୍ଟର ସ୍କେଲରେ ତୀବ୍ରତା ୫.୬

ନୂଆଦିଲ୍ଲୀ: ନୂଆଦିଲ୍ଲୀ-ଏନସିଆରରେ ପୁଣି ଭୂକମ୍ପ ଝଟକା । ସୋମବାର ଦିଲ୍ଲୀ-ଏନସିଆର ଅଞ୍ଚଳରେ ୫.୬ ତୀବ୍ରତାର ଭୂକମ୍ପ ଝଟକା ଅନୁଭବ ହେଇଛି । ୪ ଦିନରେ ୨ୟ ଥର ପାଇଁ ଆଜି ଥରି ଉଠିଛି ଦିଲ୍ଳୀ ଏନସିଆର । ଏହା ପୂର୍ବରୁ ମଧ୍ୟ ଦିଲ୍ଲୀରେ ଭୂକମ୍ପ ଝଟକା ଅନୁଭୂତ ହୋଇଥିଲା । ଆଜିର ରିକ୍ଟର ସ୍କେଲର ଏହାର ତୀବ୍ରତା ୫.୬ ଥିବା ଆକଳନ କରାଯାଇଛି ।
ଆଜି ମଧ୍ୟ ଭୂକମ୍ପର କେନ୍ଦ୍ରସ୍ଥଳ ନେପାଳ ଥିବା ଜଣାଯାଇଛି । ଦିଲ୍ଲୀ ବ୍ୟତୀତ ଉତ୍ତରାଖଣ୍ଡର ପିଥୌରାଗଡ ଜିଲ୍ଲାରେ ମଧ୍ୟ ଭୂକମ୍ପ ଝଟକା ଅନୁଭୂତ ହୋଇଥିଲା । ୪ଟା ୧୮ ମିନିଟରେ ଏହି ଭୂକମ୍ପ ଅନୁଭୂତ ହୋଇଥିଲା ।

Comments are closed.