Latest Odisha News

BREAKING NEWS

ନ୍ୟୁଜିଲାଣ୍ଡରେ ଭୂମିକମ୍ପ ପରେ ସୁନାମୀ ଆଲର୍ଟ

ଓ୍ବେଲିଂଟନ୍ : ବଡ଼ ଧରଣର ଭୂକମ୍ପ ଝଟକାରେ ଥରିଛି ନ୍ୟୁଜିଲାଣ୍ଡର ଉତ୍ତର ଦ୍ୱୀପ । ରିକ୍ଟର ସ୍କେଲରେ ଭୂକମ୍ପର ତୀବ୍ରତା ୭.୩ ଥିବାରୁ ବ୍ୟାପକ କ୍ଷୟକ୍ଷତିର ଆଶଙ୍କା ପ୍ରକାଶ ପାଇଛି। ସ୍ଥିତିକୁ ନଜରରେ ରଖି ସୁନାମୀ ସତର୍କତା ଜାରି କରାଯାଇଛି । ଲୋକମାନଙ୍କୁ ସୁରକ୍ଷିତ ସ୍ଥାନକୁ ଯିବା ପାଇଁ ପରାମର୍ଶ ଦିଆଯାଇଛି ।

ନ୍ୟୁଜିଲାଣ୍ଡର ଜାତୀୟ ଜରୁରୀକାଳୀନ ପରିଚାଳନା ସଂସ୍ଥା (ଏନଇଏମଏ)ର ସୂଚନା ଅନୁସାରେ ନ୍ୟୁଜିଲାଣ୍ଡର ଉତ୍ତର ଦ୍ବୀପଠାରୁ ୧୦୦ କିଲୋମିଟର ପୂର୍ବରେ ଆସିଥିଲା ଭୂମିକମ୍ପ । ଭୂକମ୍ପର କେନ୍ଦ୍ର ସ୍ଥଳଠାରୁ ୩୦୦ କିମି ମଧ୍ୟରେ ଥିବା ଅଞ୍ଚଳରେ ସମୁଦ୍ର ମାଡ଼ି ଆସିବାର ଆଶଙ୍କା ପ୍ରକାଶ ପାଇଛି । ଏହି କାରଣରୁ ପ୍ରଶାସନ ପକ୍ଷରୁ ସୁନାମୀ ଆଲର୍ଟ ଜାରି କରାଯାଇଛି । ଉପକୂଳବର୍ତ୍ତୀ ଅଞ୍ଚଳରେ ଥିବା ଲୋକଙ୍କୁ ଉଚ୍ଚ ସ୍ଥାନକୁ ଯିବାକୁ ପରାମର୍ଶ ଦିଆଯାଇଛି ।

ଭୂକମ୍ପର କେନ୍ଦ୍ର ସ୍ଥଳ ଗିସ୍‌ବ୍ରୋନେ ବୋଲି ଜଣାପଡ଼ିଛି । ଏଠାରେ ପ୍ରାୟ ୩୫ ହଜାର ଲୋକ ବସବାସ କରନ୍ତି । କେପ୍‌ ରନଆୱେଠାରୁ ଟୋଲାଗା ଉପକୂଳ ଯାଏ ରହୁଥିବା ଲୋକଙ୍କୁ ତୁରନ୍ତ ସ୍ଥାନ ଛାଡ଼ିବାକୁ କୁହାଯାଇଛି।

Leave A Reply

Your email address will not be published.