କଲମ୍ବୋ: ଭାରତର ପଡୋଶୀ ଦେଶ ଶ୍ରୀଲଙ୍କାରେ ଭୂକମ୍ପ ଝଟକା ଅନୁଭୂତ ହୋଇଛି । ତେବେ ଭୂକମ୍ପ ଯୋଗୁଁ ଲୋକଙ୍କ ମଧ୍ୟରେ ଆତଙ୍କ ଖେଳିଯାଇଛି । ରିକ୍ଟର ସ୍କେଲରେ ଏହାର ତୀବ୍ରତା ୬.୨ ରହିଛି, ଯାହା ବହୁତ ଅଧିକ ଅଟେ । ଏନେଇ ନ୍ୟାସନାଲ ସେଣ୍ଟର ଫର୍ ସେସମୋଲୋଜି (ଏନସିଏସ୍) ପକ୍ଷରୁ ସୂଚନା ଦିଆଯାଇଛି।
ଏହି ଭୂକମ୍ପ ଝଟକା ମଧ୍ୟାହ୍ନ ୧୨ ଟା ୩୧ରେ ଅନୂଭୁତ ହୋଇଛି । ଏହାର କେନ୍ଦ୍ର ସ୍ଥଳ କଲମ୍ବୋ ଠାରୁ ୧୦ କିଲୋମିଟର ଦକ୍ଷିଣ-ପୂର୍ବରେ ଥିଲା । ଏଥି ଯୋଗଁ ଲୋକମାନେ ଭୟଭୀତ ହୋଇଯାଇଥିବାବେଳେ ନିଜ ଘର ଏବଂ କାର୍ଯ୍ୟାଳୟରୁ ବାହାରକୁ ଚାଲି ଆସିଥିଲେ । ବର୍ତ୍ତମାନ ଭୂକମ୍ପ ଯୋଗୁଁ ଧନ ଜୀବନ ହାନି ନେଇ କୌଣସି ସୂଚନା ମିଳିପାରିନାହିଁ ।
ଶ୍ରୀଲଙ୍କାର ଭୂତତ୍ତ୍ବ ସର୍ବେକ୍ଷଣ କହିଛନ୍ତି ଯେ, ଭୂକମ୍ପରେ କୌଣସି ବିପଦ ନାହିଁ । ତେବେ ବର୍ତ୍ତମାନ ଭୂକମ୍ପୀୟ ଗତିବିଧିର ଯାଞ୍ଚ କରୁଛନ୍ତି ଶ୍ରୀଲଙ୍କା ଅଧିକାରୀ ।
Comments are closed.