Latest Odisha News

BREAKING NEWS

କମ୍ ଯାତ୍ରୀ ଓ କଟକଣା ପାଇଁ ବାତିଲ୍ ହେଲା ଏହି ସବୁ ଟ୍ରେନ୍

ଭୁବନେଶ୍ୱର: କମ୍ ଯାତ୍ରୀ ଓ କୋଭିଡ୍ ସଂକ୍ରମଣର ଚେନକୁ ଭାଙ୍ଗିବା ପାଇଁ ଟ୍ରେନ ସେବା ବାତିଲ୍ ଓ ଆଂଶିକ ବାତିଲ୍ କରାଯାଇଛି । ପ୍ରତିଦିନ ଚଳାଚଳ କରୁଥିବା ପାଞ୍ଚ ଯୋଡ଼ା ମେମୁ/ପାସେଞ୍ଜର ବିଶେଷ ଟ୍ରେନ ମେ ୩୧ ପର୍ଯ୍ୟନ୍ତ ବାତିଲ ରହିବ। ଏଥିସହ ନଅ ଯୋଡ଼ା ମେମୁ/ପାସେଞ୍ଜର/ଏକ୍ସପ୍ରେସ ବିଶେଷ ଟ୍ରେନ ସ୍ଥିରୀକୃତ ଦିନମାନଙ୍କରେ ବାତିଲ ରହିବ ବୋଲି ପୂର୍ବତଟ ରେଳପଥ ପକ୍ଷରୁ ସୂଚନା ଦିଆଯାଇଛି ।

ଓଡ଼ିଶା ସରକାରଙ୍କ ଦ୍ୱାରା ଜାରି କରାଯାଇଥିବା ନିର୍ଦ୍ଦେଶାବଳୀ ଅନୁଯାୟୀ ଏବଂ କୋଭିଡ୍-୧୯ ସଂକ୍ରମଣ ଚେନକୁ ଭାଙ୍ଗିବା ପାଇଁ କମ୍ ଯାତ୍ରୀ ହେଉଥିବା ୩ଟି ଟ୍ରେନ୍ ଉଭୟ ପଟୁ ବାତିଲ୍ କରାଯାଇଛି । ଭୁବନେଶ୍ୱର-କେନ୍ଦୁଝରଗଡ଼ -ଭୁବନେଶ୍ୱର ବିଶେଷ ଟ୍ରେନ, ଭୁବନେଶ୍ୱର-ଭଦ୍ରକ-ଭୁବନେଶ୍ୱର ବିଶେଷ ଟ୍ରେନ, କଟକ-ଭଦ୍ରକ-କଟକ ବିଶେଷ ଟ୍ରେନ ବାତିଲ୍ ହୋଇଛି ।

ସେହିଭଳି କଟକ-ପାରାଦୀପ-କଟକ ବିଶେଷ ଟ୍ରେନ୍, କଟକ-ଭଦ୍ରକ-କଟକ ବିଶେଷ ଟ୍ରେନ ବାତିଲ୍ ହୋଇଛି । ତିନି ଯୋଡ଼ା ସ୍ଥାନୀୟ ପାସେଞ୍ଜର/ମେମୁ ବିଶେଷ ଟ୍ରେନ୍ ଉଭୟ ପାର୍ଶ୍ୱରୁ ମେ ମାସ ୨୨, ୨୩, ୨୬, ୨୯ ଓ ୩୦ ତାରିଖ ଦିନ ବାତିଲ୍ ରହିବ । ଏହି ଟ୍ରେନ୍ ଗୁଡିକ ହେଉଛି ପୁରୀ-ଅନୁଗୁଳ-ପୁରୀ ବିଶେଷ ଟ୍ରେନ । ପୁରୀ-କଟକ-ପୁରୀ ବିଶେଷ ଟ୍ରେନ୍ । ଭୁବନେଶ୍ୱର-ପଲାସା-ଭୁବନେଶ୍ୱର ବିଶେଷ ଟ୍ରେନ୍ ।

ଏଗୁଡ଼ିକ ବ୍ୟତୀତ, କିଛି ସ୍ଥାନୀୟ ଯାତ୍ରୀ/ମେମୁ ସ୍ପେଶାଲ୍ ଟ୍ରେନ୍ ଏବଂ କିଛି ଏକ୍ସପ୍ରେସ୍ ସ୍ପେଶାଲ୍ ଟ୍ରେନ୍ ସ୍ଥିରୀକୃତ ଦିନମାନଙ୍କରେ ନିମ୍ନମତେ ବାତିଲ୍ ରହିବ । ଏହି ଟ୍ରେନ୍ ଗୁଡ଼ିକ ହେଉଛି- ବିଶାଖାପାଟନମ୍-ରାୟପୁର-ବିଶାଖାପାଟନମ୍ ବିଶେଷ ଟ୍ରେନ, ଏହା ବିଶାଖାପାଟନମରୁ ୨୪ରୁ ମେ ୩୧ ପର୍ଯ୍ୟନ୍ତ ଏବଂ ରାୟପୁରରୁ ମେ ୨୪ରୁ  ଜୁନ୍ ୧ ପର୍ଯ୍ୟନ୍ତ ବାତିଲ୍ ରହିବ । ସମ୍ବଲପୁର-ରାୟଗଡ଼ା-ସମ୍ବଲପୁର ବିଶେଷ ଟ୍ରେନ ଉଭୟ ପାର୍ଶ୍ୱରୁ ମେ ୨୨, ୨୩, ୨୯ ଓ ୩୦ ତାରିଖ ଦିନ ବାତିଲ୍ ରହିବ ।

ସେହିଭଳି ଭୁବନେଶ୍ୱର-ଜଗଦଲପୁର-ଭୁବନେଶ୍ୱର ବିଶେଷ ଟ୍ରେନ ଭୁବନେଶ୍ୱରରୁ ମେ ମାସ ୨୩ରୁ ୩୧ ତାରିଖ ପର୍ଯ୍ୟନ୍ତ ଏବଂ ଜଗଦଲପୁରରୁ ମଇ ମାସ ୨୪ରୁ ଜୁନ୍ ୧ ପର୍ଯ୍ୟନ୍ତ ବାତିଲ୍ ରହିବ । ବିଶାଖାପାଟନମ୍-କିରନ୍ଦୁଲ-ବିଶାଖାପାଟନମ୍ ସ୍ପେଶାଲ୍ ବିଶାଖାପାଟନମ୍  ମେ ୨୨ରୁ ୩୧ ପର୍ଯ୍ୟନ୍ତ ଏବଂ କିରନ୍ଦୁଲରୁ ଜୁନ୍ ୧ ପର୍ଯ୍ୟନ୍ତ ବାତିଲ୍ ରହିବ । ଭୁବନେଶ୍ୱର-ବଲାଙ୍ଗିର-ଭୁବନେଶ୍ୱର ବିଶେଷ ଟ୍ରେନ ଉଭୟ ପାର୍ଶ୍ୱରୁ ମେ ୨୯ ଓ ୩୦ ତାରିଖ ଦିନ ବାତିଲ ରହିବ । ଭୁବନେଶ୍ୱର-ବାଙ୍ଗିରିପୋଷି-ଭୁବନେଶ୍ୱର ସ୍ପେଶାଲ ଭୁବନେଶ୍ୱରରୁ ମେ ୨୯ ଓ ୩୦ ତାରିଖ ଦିନ ଏବଂ ବାଙ୍ଗିରିପୋଷିରୁ ମେ ମାସ ୩୦ ଓ ୩୧ ତାରିଖରେ ବାତିଲ ରହିବ ।

ସେହିଭଳି ତିନି ଯୋଡ଼ା ସ୍ୱତନ୍ତ୍ର ଟ୍ରେନ୍ ନିମ୍ନଲିଖିତ ଦିନ ବାତିଲ୍ ହେବ । ପୁରୀ-ଅନୁଗୁଳ-ପୁରୀ ସ୍ପେଶାଲ୍ ୨୪, ୨୫, ୨୭, ୨୮, ୩୧ ତାରିଖରେ ଉଭୟ ଦିଗରୁ ପୁରୀ ଓ ତାଳଚେର ମଧ୍ୟରେ ଚଳାଚଳ କରିବ ଏବଂ ତାଳଚେର ଓ ଅନୁଗୁଳ ମଧ୍ୟରେ ବାତିଲ୍ ରହିବ । ସେହିଭଳି ଭୁବନେଶ୍ୱର-ଜୁନାଗଡ଼ ରୋଡ-ଭୁବନେଶ୍ୱର ସ୍ପେଶାଲ ଭୁବନେଶ୍ୱର ଠାରୁ ୨୩ରୁ ମେ ୩୧ ମଧ୍ୟରେ ଏବଂ ଜୁନାଗଡ଼ ରୋଡ୍ ଠାରୁ ମେ ୨୪ରୁ ଜୁନ୍ ପହିଲା ମଧ୍ୟରେ ଉଭୟ ପାର୍ଶ୍ୱରୁ ଭୁବନେଶ୍ୱର ଏବଂ ରାୟଗଡ଼ା ମଧ୍ୟରେ ଚଳାଚଳ କରିବ ଏବଂ ରାୟଗଡ଼ା ଏବଂ ଜୁନାଗଡ଼ ରୋଡ ମଧ୍ୟରେ ବାତିଲ ରହିବ ।

ସେହିଭଳି ସମ୍ବଲପୁର-ରାୟଗଡ଼ା-ସମ୍ବଲପୁର ସ୍ପେଶାଲ୍ ୨୪ରୁ ମେ ୩୧ ମଧ୍ୟରେ (ମେ ୨୯ ଓ ୩୦ ତାରିଖକୁ ଛାଡ଼ି) ଉଭୟ ପାର୍ଶ୍ୱରୁ ସମ୍ବଲପୁର ଏବଂ ଟିଟିଲାଗଡ଼ ମଧ୍ୟରେ ଚଳାଚଳ କରିବ ଏବଂ ଟିଟିଲାଗଡ଼ ଏବଂ ରାୟଗଡ଼ ମଧ୍ୟରେ ବାତିଲ୍ ରହିବ । କମ୍ ଯାତ୍ରୀ ପାଇଁ ସିଆଲଦା-ପୁରୀ-ସିଆଲଦା ବିଶେଷ ଟ୍ରେନ ସିଆଲଦାରୁ ମଇ ମାସ ୧୯ରୁ ଏବଂ ପୁରୀରୁ ମେ ମାସ ୨୦ ତାରିଖରୁ କମ୍ ପରବର୍ତ୍ତୀ ଆଦେଶ ପର୍ଯ୍ୟନ୍ତ ବାତିଲ୍ ରହିବ ।

Leave A Reply

Your email address will not be published.