Latest Odisha News

BREAKING NEWS

ଦିନକରେ ଯେତିକି ଆକ୍ରାନ୍ତ ତା’ଠୁ ସୁସ୍ଥ ହେଲେ ୭୯ ଜଣ ଅଧିକ

ଭୁବନେଶ୍ୱର: ରାଜ୍ୟରେ ଦୈନିକ କରୋନା ସଂକ୍ରମିତ ଏବଂ ସୁସ୍ଥ ହାର ପ୍ରାୟ ସମାନ ରହିଛି । ଗତ ୨୪ ଘଣ୍ଟାରେ ରାଜ୍ୟରୁ ୧୦ ହଜାର ୩୨୧ ଜଣ କରୋନା ସଂକ୍ରମିତ ଚିହ୍ନଟ ହୋଇଥିବା ବେଳେ ୧୦ ହଜାର ୨୪୨ ଜଣ ସୁସ୍ଥ ହୋଇଛନ୍ତି । ସଂଖ୍ୟା ହିସାବରେ ଦିନକରେ ଯେତିକି ଜଣ କରୋନାରେ ଆକ୍ରାନ୍ତ ହୋଇଛନ୍ତି ତା’ ଠାରୁ ମାତ୍ର ଅଧିକ ୭୯ ଜଣ କରୋନାକୁ ମାତ୍ ଦେଇଛନ୍ତି । ଏଥିସହ ରାଜ୍ୟରେ ମୋଟ ୫ ଲକ୍ଷ ୩୬ ହଜାର ୫୯୫ ଜଣ କରୋନାକୁ ମାତ୍ ଦେଇଛନ୍ତି ।

ସଂକ୍ରମଣ ଭଳି ସୁସ୍ଥତାରେ ଖୋର୍ଦ୍ଧା ଜିଲ୍ଲା ଆଗରେ ରହିଛି । ଖୋର୍ଦ୍ଧାରୁ ୧୪୧୮ ଜଣ, କଟକରୁ ୯୪୩ ଜଣ, ପୁରୀରୁ ୭୦୭ ଜଣ, ସମ୍ବଲପୁରରୁ ୬୪୧ ଜଣ, କଳାହାଣ୍ଡିରୁ ୪୬୫ ଜଣ, ବରଗଡ଼ରୁ ୪୪୮ ଜଣ, ଅନୁଗୁଳରୁ ୪୩୮ ଜଣ, ଝାରୁସୁଗୁଡ଼ାରୁ ୩୩୧ ଜଣ, ବାଲେଶ୍ୱରରୁ ୩୦୧ ଜଣ, ନବରଙ୍ଗପୁରରୁ ୨୯୧ ଜଣ, ବଲାଙ୍ଗିରରୁ ୨୭୩ ଜଣ, ନୟାଗଡ଼ରୁ ୨୫୪ ଜଣ, ଯାଜପୁରରୁ ୨୨୨ ଜଣ, ନୂଆପଡ଼ାରୁ ୨୧୪ ଜଣ, ମୟୂରଭଞ୍ଜରୁ ୨୦୭ ଜଣ କରୋନାକୁ ମାତ୍ ଦେଇଛନ୍ତି ।

ସେହିଭଳି ଗଞ୍ଜାମରୁ ୧୯୫ ଜଣ, ସୋନପୁରରୁ ୧୭୯ ଜଣ, କେନ୍ଦୁଝରରୁ ୧୬୭ ଜଣ, କେନ୍ଦ୍ରାପଡ଼ାରୁ ୧୫୮ ଜଣ, ଜଗତସିଂହପୁରରୁ ୧୩୭ ଜଣ, ଦେବଗଡ଼ରୁ ୧୩୬ ଜଣ, ରାୟଗଡ଼ାରୁ ୧୩୬ ଜଣ, କୋରାପୁଟରୁ ୧୨୨ ଜଣ, ଗଜପତିରୁ ୧୧୬ ଜଣ, ବୌଦ୍ଧରୁ ୧୧୩ ଜଣ, ଭଦ୍ରକ ଓ କନ୍ଧମାଳରୁ ଶହେ ଜଣ ଲେଖାଏଁ, ମାଲକାନଗିରିରୁ ୯୪ ଓ ଷ୍ଟେଟ ପୁଲରୁ ୨୭୨ ଜଣ ସୁସ୍ଥ ହୋଇଛନ୍ତି ।

Leave A Reply

Your email address will not be published.