ଭୁବନେଶ୍ୱର: ରାଉରକେଲା-ଭୁବନେଶ୍ୱର-ରାଉରକେଲା ଏବଂ ସମ୍ବଲପୁର-ପୁରୀ-ସମ୍ବଲପୁର ବିଶେଷ ଟ୍ରେନ ଦୁଇଦିନ ପାଇଁ ବାତିଲ ହେବ । ଖୋର୍ଦ୍ଧାରୋଡ୍ ରେଳ ମଣ୍ଡଳ ଅନ୍ତର୍ଗତ ଶାଳଗାଁ ଓ ରାଜଆଠଗଡ ଷ୍ଟେସନ ମଧ୍ୟରେ ତୃତୀୟ ଓ ଚତୁର୍ଥ ଲାଇନ୍ କାର୍ଯ୍ୟକ୍ଷମ ପାଇଁ ରାଜଆଠଗଡ଼ ଷ୍ଟେସନ ଠାରେ ନିରାପତ୍ତା ସମ୍ବନ୍ଧୀୟ ଆଧୁନିକୀକରଣ କାର୍ଯ୍ୟ ସମ୍ପାଦନ କରାଯିବ ।
ଏଥିପାଇଁ ଟ୍ରେନ୍ ନମ୍ବର 02861/02862 ରାଉରକେଲା-ଭୁବନେଶ୍ୱର-ରାଉରକେଲା ଏବଂ 08303/08304 ସମ୍ବଲପୁର-ପୁରୀ-ସମ୍ବଲପୁର ବିଶେଷ ଟ୍ରେନ୍ ଏପ୍ରିଲ ମାସ ୨୭ ଓ ୨୮ ତାରିଖ ଦୁଇ ଦିନ ବାତିଲ୍ ହେବ । ଟ୍ରେନ୍ ଉଭୟ ପଟୁ ବାତିଲ୍ ନେଇ ପୂର୍ବତଟ ରେଳପଥ ପକ୍ଷରୁ ସୂଚନା ଦିଆଯାଇଛି ।
Comments are closed.