ଭୁବନେଶ୍ବର: ଆସନ୍ତା ହୋଲି ଉତ୍ସବ ସମୟରେ ଯାତ୍ରୀମାନଙ୍କ ପାଇଁ ସୁଗମ, ନିରାପଦ ଏବଂ ଆରାମଦାୟକ ଯାତ୍ରା ସୁନିଶ୍ଚିତ କରିବା ପାଇଁ, ପୂର୍ବତଟ ରେଳପଥ ଏହାର ପରିସୀମା ମଧ୍ୟରୁ ୬୨ ଟି ସ୍ୱତନ୍ତ୍ର ଟ୍ରେନ୍ ଚଲାଇବାକୁ ଯୋଜନା କରିଛି, ଯାହା ଦେଶର ପ୍ରମୁଖ ସହର ଗୁଡିକୁ ସଂଯୋଗ କରିବ। ପର୍ବପର୍ବାଣି ସମୟରେ ଭାରତୀୟ ରେଳବାଇ ଅଧିକ ସଂଖ୍ୟକ ଟିକେଟ୍ ବୁକିଂର ନଜର ରହିଛି । ଯାହା ଫଳରେ ନିୟମିତ ଟ୍ରେନରେ ଟିକେଟ୍ ର ଲମ୍ବା ପ୍ରତୀକ୍ଷା ତାଲିକା ଦେଖିବାକୁ ମିଳୁଛି । ଉପରୋକ୍ତ ବିଷୟକୁ ଦୃଷ୍ଟିରେ ରଖି ଭାରତୀୟ ରେଳ ନିୟମିତ ଟ୍ରେନରେ ଅତିରିକ୍ତ କୋଚ୍ ବୃଦ୍ଧି କରାଇବା ବ୍ୟତୀତ ଲୋକପ୍ରିୟ ଗନ୍ତବ୍ୟସ୍ଥଳକୁ ସଂଯୋଗ କରୁଥିବା ବ୍ୟସ୍ତବହୁଳ ମାର୍ଗରେ ଅନେକ ସ୍ୱତନ୍ତ୍ର ଟ୍ରେନ୍ ଚଳାଚଳ କରୁଅଛି ।
ଯୋଜନା କରାଯାଇଥିବା ସ୍ୱତନ୍ତ୍ର ଟ୍ରେନ୍ଗୁଡ଼ିକ ସମ୍ବଲପୁର-ଏରୋଡ୍, ବିଶାଖାପାଟଣା-ତିରୁପତି, ବିଶାଖାପାଟଣା-ଏସଏମଭିବି ବେଙ୍ଗାଲୁରୁ, ବିଶାଖାପାଟଣା-ଚାର୍ଲାପାଲି, ବିଶାଖାପାଟଣା-ଶାଲିମାର, ପୁରୀ-ପାଟନା, ପୁରୀ-ଉଧନା, ଭୁବନେଶ୍ୱର-ଯଶବନ୍ତପୁର ଏବଂ ଭୁବନେଶ୍ୱର-ଧାନବାଦ ସମେତ ପ୍ରମୁଖ ସ୍ଥାନଗୁଡ଼ିକୁ ସଂଯୋଗ କରିବ, ଯାହା ଯାତ୍ରୀଙ୍କ ଚାହିଦାରେ ଆଶା କରାଯାଇଥିବା ବୃଦ୍ଧିକୁ ପୂରଣ କରିବ।
ପୂର୍ବତଟ ରେଳପଥ, ସକ୍ରିୟ ଯୋଜନା ଏବଂ ସୁଦୃଢ଼ ପରିଚାଳନା ପ୍ରସ୍ତୁତି ମାଧ୍ୟମରେ, ବିଶେଷ କରି ପ୍ରମୁଖ ପର୍ବପର୍ବାଣୀ ସମୟରେ, ନିରାପଦ, ଦକ୍ଷ ଏବଂ ଯାତ୍ରୀ-ଅନୁକୂଳ ସେବା ପ୍ରଦାନ କରିବାକୁ ପ୍ରତିଶ୍ରୁତିବଦ୍ଧ। ଯାତ୍ରୀମାନେ IRCTC ୱେବସାଇଟ୍ ଅନୁସରଣ କରି କିମ୍ବା ମୋବାଇଲ୍ ଆପ୍ ଯେମିତିକି ରେଲ୍ ୱାନ୍ ଆପ୍ ମାଧ୍ୟମରେ ଟିକେଟ ବୁକ୍ କରି କିମ୍ବା PRS କାଉଣ୍ଟରରୁ ଟିକେଟ ବୁକ୍ କରିବା ସହ ଅନଲାଇନରେ ସେମାନଙ୍କର ଟିକେଟ ବୁକ୍ କରିପାରିବେ ।