Latest Odisha News

ଘରୁ ଏହି ଉପାୟରେ ଦୂର କରନ୍ତୁ ମଶା..

ଭୁବନେଶ୍ବର: ସବୁ ଋତୁରେ ଘରେ ମଶା ଆସି  ଆମକୁ ହଇରାଣ କରିଥାଏ । ଏହି ଛୋଟିଆ ମଶା କାମୁଡିଲେ ମ୍ୟାଲେରିଆ, ଡେଙ୍ଗୁ ପରି ରୋଗ ହୋଇଥାଏ । ତେବେ ଏମାନଙ୍କୁ ଘରୁ ବାହାର କରିବା ପାଇଁ ରାସାୟନିକ ମଶା ଧୂପ ବ୍ୟବହାର କରିଥାଉ, ଯାହା ସ୍ବାସ୍ଥ୍ୟ ପାଇଁ ଆଦୌ ଠିକ୍ ନୁହେଁ । ତେଣୁ କିଛି ଘରୋଇ ଉପାୟରେ ମଶାକୁ ଘରୁ ଭଗେଇ ପାରିବା ..

– ମଶା ମାନଙ୍କୁ ଦୂରରେ ରଖିବାର କ୍ଷମତା କର୍ପୁରରେ ଅଛି । ଘରର ସମସ୍ତ ରୁମ୍ ରେ ଗୋଟିଏ କର୍ପୁର ଜଳାଇ ୧୫ – ୨୦ ଯାଏଁ ଛାଡି ଦିଅନ୍ତୁ । ଯେତେବେଳେ ରୁମକୁ ଆସି ଦେଖିବେ ମଶା ନଥିବ ।

-ନିମ୍ବ ଏବଂ ନଡିଆ ତେଲକୁ ସମାନ ମାତ୍ରାରେ ନେଇ ମିଶ୍ରଣ ତିଆରି କରନ୍ତୁ । ଏହାକୁ ଦେହରେ ଲଗାନ୍ତୁ । ପ୍ରାୟ ୮ ଘଣ୍ଟା ଯାଏଁ ପାଖ ମାଡିବନି ମଶା ।

-ଲେମ୍ବୁ ଏବଂ ୟୁକାଲିପ୍ଟସର ତେଲ ମିଶାଇ ଶରୀରରେ ଲଗାଇଲେ ବି ମଶା କାମୁଡେ ନାହିଁ । ଏହା କେବଳ ମଶାଙ୍କୁ ଦୂରେଇ ନଥାଏ ବରଂ ଭଲ ଆଣ୍ଟିସେପ୍ଟିକର କାମ କରିଥାଏ ।

-ରସୁଣ ବାସ୍ନା ଯୋଗୁଁ ମଶା ଆସେ ନାହିଁ । ତେଣୁ ରସୁଣକୁ ଗ୍ରାଇଣ୍ଡି କରି ପାଣିରେ ଫୁଟାଇ ଏହି ପାଣିକୁ ଘରେ ଛିଞ୍ଚି ଦିଅନ୍ତୁ ।

-ତୁଳସୀ ଗଛକୁ ଝରକା ପାଖରେ ରଖିଲେ ଘରକୁ ମଶା ପଶିପାରିବେ ନାହିଁ ।

-ଘରେ ଲାଭେଣ୍ଡରର ଫ୍ରେସନର୍ ବ୍ୟବହାର କରନ୍ତୁ । ଲାଭେଣ୍ଡରର ବାସ୍ନା ଏତେ ତୀବ୍ର ଯେ ମଶା ଘର ଭିତରକୁ ପଶନ୍ତି ନାହିଁ । ଆଉ ରୁମ୍ ବି ଭଲ ବାସ୍ନା ହୁଏ ।

Comments are closed.