Latest Odisha News

BREAKING NEWS

ଅଜବ ଚାକିରୀ… କେବଳ ଖାଇବ, ଶୋଇବ ମାସକୁ ଦରମା ନେବ

ନୂଆଦିଲ୍ଲୀ : ଚାକିରୀକୁ ନେଇ ସମସ୍ତଙ୍କ ମନରେ ଅନେକ କଥା ଆସିଥାଏ ।  କିଛି ଲୋକ କହିଥାଆନ୍ତି ଏମିତି କିଛି ଚାକିରି ମିଳନ୍ତାନି ଯେଉଁଥିରେ ମାସକୁ ମାସ ଦରମା ଆସନ୍ତା ହେଲେ କିଛି କାମ କରିବାକୁ ପଡ଼ନ୍ତାନି । କେବଳ ଖାଇ ପିଇ ଶୋଇବା ପାଇଁ ଦରମା ମିଳନ୍ତା । ଠିକ୍ ଏମିତି କିଛି ଚାକିରି ବିଷୟରେ ଏବେ ଆମେ କହିବାକୁ ଯାଉଛୁ । ଯାହା ଶୁଣିଲେ ଆପଣ ଆଶ୍ଚର୍ଯ୍ୟ ହେବେ ।

ତେବେ ଏକ ୟୁରୋପିଅନ ମାଟ୍ରିସ୍‌ କମ୍ପାନୀ ଏହି ଚାକିରି ଦେଉଛି । ଚାକିରିରେ କାମ ହେଲା କେବଳ ଖାଇବା ଆଉ କମ୍ପାନୀ ଦ୍ୱାରା ପ୍ରସ୍ତୁତ ମାଟ୍ରିସ୍‌ରେ ଶୋଇବା । ଆଉ ସକାଳୁ ନିଦ ଭାଙ୍ଗିବା ପରେ ରାତିରେ କେମିତି ନିଦ ହେଲା ତାହା ବଖାଣିବା । ଏଥିସହ ରାତିରେ କେଉଁ ସ୍ୱପ୍ନ ଦେଖିଲେ ତାକୁ ବଖାଣିବା । ଏହି ଚାକିରୀ ପାଇଁ ତାଙ୍କୁ ମିଳିଥାଏ ୧୦୦୦ ଡଲାର  । ପ୍ରକୃତ ଘଟଣାଟି ବିଷୟରେ କହିବାକୁ ଗଲେ, ୟୁରୋପିଆନ୍‌ ଲୋକଙ୍କର ବିଶ୍ୱାସ ରହିଛି ଚିଜ୍‌ ଖାଇ ରାତିରେ ଶୋଇଲେ ଦୁଃସ୍ୱପ୍ନ ଆସିଥାଏ । ତେଣୁ ସେମାନେ ରାତିରେ ଚିଜ୍‌ ଖାଆନ୍ତି ନାହିଁ । ଏହି ବିଶ୍ୱାସ୍‌କୁ ପରଖିବା ପାଇଁ ମାଟ୍ରିସ୍‌ କମ୍ପାନୀ ନିଜେ ପରୀକ୍ଷା କରିବାକୁ ଚାହିଁଥିଲା । କିଛି ଭଲ୍ୟୁଣ୍ଟରଙ୍କୁ ସେ ଆମନ୍ତ୍ରଣ କଲା । ଯେଉଁମାନେ କି ରାତିରେ ଚିଜ୍‌ ଖାଇବେ ଆଉ ତାଙ୍କ ମାଟ୍ରିସ୍‌ରେ ଶୋଇବେ । ଏହି ରିସର୍ଚ୍ଚ ପ୍ରାୟ ୩ ମାସ ପର୍ଯ୍ୟନ୍ତ ହେବ ।ଏଥିପାଇଁ ତାଙ୍କୁ ୧୦୦୦ ଡଲାର ଦିଆଯିବ । ପ୍ରତି ସପ୍ତାହରେ ସେମାନଙ୍କୁ ବିଭିନ୍ନ ପ୍ରକାର ଚିଜ୍‌ ଖାଇବାକୁ ଦିଆଯିବ । ସେଥିରେ ବ୍ଲୁ-ଚିଜ୍, ହାର୍ଡ, ସଫ୍ଟ ଚିଜ୍ ଆଦି ରହିବ । ପ୍ରତ୍ୟେକ ଦିନ ସେମାନଙ୍କୁ ସମାନ ସମୟରେ ଚିଜ୍‌ ଖାଇବାକୁ ଦିଆଯିବ । ସକାଳୁ ଉଠିବା ପରେ ସେମାନଙ୍କ ଅନୁଭୂତି ରେକର୍ଡ କରାଯିବ । ସେମାନଙ୍କର ଶକ୍ତି ପରୀକ୍ଷା ମଧ୍ୟ ହେବ । ସେମାନେ ଦୁର୍ବଳ ଅନୁଭବ କରୁଛନ୍ତି ନା ସୁସ୍ଥ ରହୁଛନ୍ତି ତାହା ମଧ୍ୟ ଯାଞ୍ଚ କରାଯିବ ।

ତେବେ ସେମାନଙ୍କୁ ଯେଉଁ ଚିଜ୍‌ ଦିଆଯିବ ତାହା ‘ଡାଇରୀ ଡ୍ରିମର୍ସ’ର ବୋଲି ଜଣାପଡ଼ିଛି । ଏହି ରିସର୍ଚ୍ଚରେ ଯେଉଁମାନେ ସାମିଲ ହେବେ ସେମାନେ ଡାଇରୀ ଡ୍ରିମର୍ସର ଅଫିସିଆଲ୍‌ ଟେଷ୍ଟର । ଏଥିପାଇଁ ୫ ଜଣଙ୍କୁ ସଂସ୍ଥା ଚାକିରି ଦେଇଛି । ତିନିମାସ ପର୍ଯ୍ୟନ୍ତ ସେମାନେ ଏହି ରିସର୍ଚ୍ଚ ସହ ଜଡ଼ିତ ରହିବେ ।

 

 

Leave A Reply

Your email address will not be published.