ଭୁବନେଶ୍ବର: ଶରୀରରେ ସଠିକ୍ ପୋଷକତତ୍ତ୍ବ ଅଭାବରୁ ହାଡ଼ ଦୁର୍ବଳ ହେବାକୁ ଲାଗେ। ଖରାପ ଜୀବନଶୈଳୀ ଏବଂ ଖରାପ ଖାଦ୍ୟପେୟ ଏହାର ପ୍ରମୁଖ କାରଣ। ଶରୀରରେ କ୍ୟାଲସିୟମର ଅଭାବ ହେତୁ ହାଡ଼ ଦୁର୍ବଳ ହୋଇଯାଏ। କିନ୍ତୁ ଯଦି ଏହା ସବୁବେଳେ ହୋଇଥାଏ, ତେବେ ଶରୀର ଅନେକ ସ୍ୱାସ୍ଥ୍ୟ ସମସ୍ୟାର ଶିକାର ହୁଏ।
ଏପରି ସ୍ଥିତିରେ ମଜବୁତ ହାଡ଼ ପାଇଁ ଖାଦ୍ୟ ପରିବର୍ତ୍ତନ କରାଯିବା ଉଚିତ୍ । ହାଡ଼ର ସ୍ୱାସ୍ଥ୍ୟ ପାଇଁ ଶରୀରରେ ଉପଯୁକ୍ତ କ୍ୟାଲସିୟମ ସ୍ତର ରହିବା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ। ତେବେ ପ୍ରକୃତିରେ ଏପରି କିଛି ମଞ୍ଜି ରହିଛି ଅଛି ଯାହା ହାଡକୁ ଶକ୍ତ କରାଏ । ଆପଣ ସେଗୁଡ଼ିକୁ ଆପଣଙ୍କ ଖାଦ୍ୟରେ ସାମିଲ କରିବା ଉଚିତ।
ଚିଆ ସିଡ୍ -ଚିଆ ସିଡ୍ ପୋଷକ ତତ୍ତ୍ୱରେ ଭରପୂର ଅଟେ । ଯାହା ଆପଣଙ୍କ ତ୍ୱଚା ଏବଂ ସ୍ୱାସ୍ଥ୍ୟ ପାଇଁ ଲାଭଦାୟକ। ଚିଆ ସିଡ୍ ରେ କ୍ୟାଲସିୟମ, ଆଇରନ, ଫାଇବର, ଓମେଗା-୩ ଫ୍ୟାଟି ଏସିଡ୍ ଥାଏ ଯାହା ହାଡ଼କୁ ମଜବୁତ କରିବାରେ ସାହାଯ୍ୟ କରେ।
ରାଶି- ରାଶିରେ ପ୍ରଚୁର ପରିମାଣରେ କ୍ୟାଲସିୟମ ଥାଏ । ଯାହା ଶରୀରକୁ ସୁସ୍ଥ ରଖିବାରେ ସାହାଯ୍ୟ କରେ। ଏହା ହାଡ଼କୁ ମଜବୁତ କରିବାରେ ମଧ୍ୟ ସାହାଯ୍ୟ କରେ । ଆପଣ ଏହାକୁ ନିୟମିତ ଭାବରେ ସାଲାଡରେ ପକାଇ କିମ୍ବା ରାଶି ଲଡୁ ତିଆରି କରି ସେବନ କରିପାରିବେ।
ଅଳସୀ ମଞ୍ଜି- ଅଳସୀ ମଞ୍ଜିରେ କ୍ୟାଲସିୟମ ଏବଂ ଓମେଗା-3 ଫ୍ୟାଟି ଏସିଡ୍ ଭଳି ପୋଷକ ତତ୍ତ୍ୱ ଭରପୁର ଥାଏ । ଯାହା ବୋନ୍ ର ଡେନସିଟିକୁ ମଜବୁତ କରିବାରେ ବେଶ୍ ପ୍ରଭାବଶାଳୀ। ଆପଣ ଏହାର ଲଡ୍ଡୁ ତିଆରି କରି ଖାଇପାରିବ।
ସୂର୍ଯ୍ୟମୁଖୀ ମଞ୍ଜି- ହାଡ଼ ଦୁର୍ବଳତା ସମସ୍ୟାରୁ ମୁକ୍ତି ପାଇବା ପାଇଁ ଆପଣ ସୂର୍ଯ୍ୟମୁଖୀ ମଞ୍ଜି ଖାଇପାରିବେ। ଏଥିରେ ମାଙ୍ଗାନିଜ୍, କ୍ୟାଲସିୟମ୍, ଓମେଗା-୩ ଫ୍ୟାଟି ଏସିଡ୍ ଭଳି ଅନେକ ପୋଷକ ତତ୍ତ୍ୱ ରହିଛି । ଯାହା ହାଡ଼କୁ ମଜବୁତ କରିବାରେ ସାହାଯ୍ୟ କରେ। ଆପଣ ଏହାକୁ ସ୍ପ୍ରାଉଟ୍ ସହିତ ମିଶାଇ କିମ୍ବା ଏକ ସ୍ନାକ୍ସ ଭାବରେ ଆପଣଙ୍କ ଖାଦ୍ୟରେ ସାମିଲ କରିପାରିବେ।
ପୋସ୍ତ- ପୋସ୍ତ ହାଡକୁ ମଜବୁତ କରିବାରେ ସାହାଯ୍ୟ କରେ। ଏଥିରେ ମାଙ୍ଗାନିଜ୍, ଆଇରନ୍, କ୍ୟାଲସିୟମ୍, ମ୍ୟାଗ୍ନେସିୟମ୍ ଭଳି ଅନେକ ପୋଷକତତ୍ତ୍ୱ ରହିଛି ଯାହା ହାଡ଼ ଦୁର୍ବଳତାକୁ ହ୍ରାସ କରେ।
Comments are closed.