Latest Odisha News

BREAKING NEWS

ସକାଳେ ପ୍ରତିଦିନ ଖାଆନ୍ତୁ ୨ଟି ଗୁଜୁରାତି; ଦେଖିବେ ଚମତ୍କାର..

ଭୁବନେଶ୍ବର: ଗୁଜୁରାତି ଖାଦ୍ୟର ସ୍ବାଦକୁ ବଢେଇ ଦେଇଥାଏ । ତେବେ ଜାଣିଛନ୍ତି କି ଗୁଜୁରାତି ମଧ୍ୟ ଔଷଧୀୟ ଗୁଣରେ ଭରପୂର ଅଟେ । ପ୍ରତିଦିନ ସକାନେ ୨ଟି ଗୁଜୁରାତି ଖାଇଲେ ଅନେକ ଲାଭ ମିଳେ ..

-ଏହା ଶରୀରକୁ ଥଣ୍ଡା ରଖିବାରେ ସାହାଯ୍ୟ କରେ ।

-ପାଣିପାଗର ପରିବର୍ତ୍ତନ କିମ୍ବା ଭୁଲ ଖାଇବା କାରଣରୁ ଯଦି ପେଟ ସଂକ୍ରମଣ ସମସ୍ୟା ହୋଇଥାଏ । ଫଳରେ  ହଜମ ହୋଇନଥାଏ ଓ ବାନ୍ତି ମଧ୍ୟ ହୁଏ। ତେବେ ପ୍ରତିଦିନ ଗୁଜୁରାତି ଖାଇବା ଦ୍ୱାରା ସଂକ୍ରମଣକୁ ଦୂର କରିପାରିବେ ।

– ହଜମ ପ୍ରକ୍ରିୟାରେ ଅସୁବିଧା ହେଉଛି ଅବା ଗ୍ୟାସ ହେଉଛି । ତେବେ ଆପଣ ଏକ ଗ୍ଲାସ୍‌ ଉଷୁମ ପାଣି ସହିତ ଗୁଜୁରାତିକୁ ଚୋବାଇ ଖାଆନ୍ତୁ । ଏହାଦ୍ବାରା ଆପଣଙ୍କ ପେଟ ସମ୍ବନ୍ଧୀୟ ସମସ୍ୟା ଦୂର ହେବ ।

-ପାଟିରୁ ଦୁର୍ଗନ୍ଧ ହେଉଥିବା ସମସ୍ୟା ଦୂର କରିବାକୁ ଗୁଜୁରାତି ଖାଆନ୍ତୁ । ଗୁଜୁରାତି ଖାଇଲେ ପାୟରିଆ ସମସ୍ୟା ଦୂର ହୋଇଥାଏ । ଯାହା ପାଟିର ଦୁର୍ଗନ୍ଧକୁ ଦୂର କରିଥାଏ ।

– ପ୍ରତିଦିନ ୨ଟି ଗୁଜୁରାତି ଚୋବାଇବା ଦ୍ୱାରା ବ୍ଲଡ ପ୍ରେସର ନର୍ମାଲ ରହିଥାଏ ଏବଂ ବ୍ଳଡ ସୁଗାର ମଧ୍ୟ କଣ୍ଟ୍ରୋଲରେ ରୁହେ ।

-ପେଟ ପରିଷ୍କାର ନ ହେବା କାରଣରୁ ପାଟିରେ ଘା’ ହୁଏ । ପ୍ରତିଦିନ ଗୁଜୁରାତିକୁ ଚୋବାଇ ଖାଇବା ଆରମ୍ଭ କରନ୍ତୁ । ପାଟିରେ ହୋଇଥିବା ଘା’ରୁ ଆରାମ ମିଳିବ ।

-ଆଣ୍ଟିଇନ୍‌ଫ୍ଲାମେଟୋରୀ ଗୁଣ ଗୁଜୁରାତିରେ ମିଳିଥାଏ । ଯାହା ଚର୍ମ ସମସ୍ୟା ଦୂର କରିବାରେ ମଧ୍ୟ ସାହାଯ୍ୟ କରିଥାଏ । ଏହା ସହିତ, ଏଥିରେ ମିଳୁଥିବା ଉପାଦାନଗୁଡ଼ିକ କେଶକୁ ସୁସ୍ଥ ରଖିବାରେ ମଧ୍ୟ ସାହାଯ୍ୟ କରେ ।

Leave A Reply

Your email address will not be published.