Latest Odisha News

BREAKING NEWS

ପଶ୍ଚିମବଙ୍ଗ, ମହାରାଷ୍ଟ୍ର, ତେଲେଙ୍ଗାନାରେ ୩୧ଟି ବିଧାନସଭା ଆସନରେ ହେବ ଉପନିର୍ବାଚନ

ନୂଆଦିଲ୍ଲୀ : ଓଡିଶା ସମେତ ପଶ୍ଚିମବଙ୍ଗ, ମହାରାଷ୍ଟ୍ର, ତେଲେଙ୍ଗାନାରେ ୩୧ଟି ବିଧାନସଭା ଆସନରେ ହେବ ଉପନିର୍ବାଚନ । ଏଥିସହ ୩ଟି ସଂସଦୀୟ କ୍ଷେତ୍ର ପାଇଁ ମଧ୍ୟ ଭୋଟ ଗ୍ରହଣ କରାଯିବ । ନିର୍ବାଚନ ହେବାକୁ ଥିବା ରାଜ୍ୟର ମୁଖ୍ୟ ଶାସନ ସଚିବ ଓ ମୁଖ୍ୟ ନିର୍ବାଚନ ଅଧକାରୀମାନଙ୍କ ସହ ଆଲୋଚନା ପରେ ଏନେଇ ନିଷ୍ପତ୍ତି ନେଇଛନ୍ତି ଭାରତୀୟ ନିର୍ବାଚନ କମିଶନ । ନିର୍ବାଚନ କମିଶନଙ୍କ ଘୋଷଣା ସହ ଲାଗୁ ହୋଇଛି ନିର୍ବାଚନ ଆଚରଣ ବିଧି ।

ପଶ୍ଚିମବଙ୍ଗ ଭବାନୀପୁର ଆସନରେ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ ଲାଗି ହେବ ଗୁରୁତ୍ବପୂର୍ଣ୍ଣ । ସେ ଏହି ଆସନରୁ ନିର୍ବାଚନ ଲଢିବେ । ଏଥିପାଇଁ ଭବାନୀପୁରରେ ତୃଣମୁଳ କଂଗ୍ରେସ କର୍ମୀ ମାନେ ଉତ୍ସାହିତ ଅଛନ୍ତି । ନନ୍ଦିଗ୍ରାମରୁ ପରାଜୟ ପରେ ମମତା ୬ ମାସ ଭିତରେ କୌଣସି ଆସନରୁ ବିଜୟ ହେବାର ଆବଶ୍ୟକତା ରହିଛି । ଏହାସହ ପଶ୍ଚିମବଙ୍ଗର ସମସେରଞ୍ଜ ଓ ଜାଙ୍ଗିପୁର ଆସନ ଲାଗି ମଧ୍ୟ ଉପନିର୍ବାଚନ ହେବ । କୋଭିଡ କଟକଣା ମଧ୍ୟରେ ହେବ ନିର୍ବାଚନ ପ୍ରଚାର, ଭୋଟ ଦାନ ଓ ଭୋଟ ଗଣତି । ସାମାଜିକ ଦୂରତା, ମାସ୍କ ଓ ସାନିଟାଇଜର ବ୍ୟବହାର ଉପରେ ଗୁରୁତ୍ବ ଦିଆଯାଇଛି । ଆସନ୍ତା ସେପ୍ଟେମ୍ବର ୩୦ରେ ହେବ ଉପନିର୍ବାଚନ । ସେହିପରି ଅକ୍ଟୋବର ୩ ତାରିଖରେ ହେବ ଭୋଟ ଗଣତି ।

Leave A Reply

Your email address will not be published.