Latest Odisha News

BREAKING NEWS

ବିହାର ବିଧାନସଭା ଏବଂ ଓଡ଼ିଶା ଉପନିର୍ବାଚନ ନେଇ ଆଜି ଘୋଷଣା ହୋଇପାରେ ତାରିଖ

ନୂଆଦିଲ୍ଲୀ: ବିହାର ବିଧାନସଭା ନିର୍ବାଚନ ପାଇଁ ଆଜି ବିଗୁଲ ଫୁଙ୍କି ପାରନ୍ତି ନିର୍ବାଚନ କମିଶନ । ଘୋଷଣା ହୋଇପାରେ ତାରିଖ । ଏହାସହ ଓଡ଼ିଶାରେ ଖାଲି ପଡ଼ିଥିବା ବାଲେଶ୍ୱର ସଦର ଓ ତିର୍ତ୍ତୋଳ ବିଧାନସଭା ଉପନିର୍ବାଚନ ନେଇ ମଧ୍ୟ ତାରିଖ ଘୋଷଣା ହୋଇପାରେ । ମଧ୍ୟାହ୍ନ ସାଢ଼େ ୧୨ଟାରେ ନିର୍ବାଚନ କମିଶନ ପ୍ରେସମିଟ କରିବା କାର୍ଯ୍ୟକ୍ରମ ରହିଛି ।

ନିର୍ବାଚନ କମିଶନ କଣ କହିବେ ସେନେଇ ନିର୍ଦ୍ଦିଷ୍ଟ ଭାବରେ କୌଣସି ସୂଚନା ମିଳିନାହିଁ । ଅନୁମାନ କରାଯାଉଛି ବିହାର ନିର୍ବାଚନ ନେଇ ତାରିଖ ଘୋଷଣା ହୋଇପାରେ । ଆସନ୍ତା ନଭେମ୍ବର ୨୯ ତାରିଖରେ ଶେଷ ହେଉଛି ୨୪୩ ଆସନ ବିଶିଷ୍ଟ ବିହାର ବିଧାନସଭାର କାର୍ଯ୍ୟକାଳ । ତାପୂର୍ବରୁ ନିର୍ବାଚନ ଅନୁଷ୍ଠିତ ହେବ ।

ନିର୍ବାଚନ ପାଇଁ ବିହାରରେ ରାଜନୈତିକ ପାଣିପାଗ ଉଷ୍ଣ ହେବାରେ ଲାଗିଛି । ବିଜେପି, ଜେଡିୟୁ, ଆରଜେଡି, ଏଲଜେପି, କଂଗ୍ରେସ ସମେତ ବହୁ ରାଜନୈତିକ ଦଳ ଆରମ୍ଭ କରି ଦେଇଛନ୍ତି କସରତ । ବିଜେପି-ଜେଡିୟୁ-ଏଲଜେପି ମେଣ୍ଟ ନେଇ ଆଲୋଚନା ଚାଲିଛି ।

Leave A Reply

Your email address will not be published.