Latest Odisha News

ଉପ ନିର୍ବାଚନ ପାଇଁ ଇସି ଶୀଘ୍ର ତାରିଖ ଘୋଷଣା କରନ୍ତୁ : ମମତା

କୋଲକାତା: ଉପ ନିର୍ବାଚନ ପାଇଁ ବ୍ୟଗ୍ର ହେଲେଣ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ । କରୋନା ସଂକ୍ରମଣ ନିୟନ୍ତ୍ରଣକୁ ଆସିଛି ନିର୍ବାଚନ କମିଶନର ଶୀଘ୍ର ଉପ ନିର୍ବାଚନ ତାରିଖ ଘୋଷଣା କରନ୍ତୁ ବୋଲି ସେ ଦାବୀ କରିଛନ୍ତି । ବିଧାନସଭା ନିର୍ବାଚନ ହେବାର ୪ ମାସ ବିତିଗଲାଣି । ଲୋକଙ୍କ ଗଣତାନ୍ତ୍ରିକ ଅଧିକାର ଯେପରି କ୍ଷୁର୍ଣ୍ଣ ନ ହେବ ସେଥିପ୍ରତି ମଧ୍ୟ ଆମେ ଯତ୍ନବାନ ହେବା ଦରକାର ବୋଲି ସେ କହିଛନ୍ତି ।

ସୂଚନାଯୋଗ୍ୟ, ମୁଖ୍ୟମନ୍ତ୍ରୀ ପଦ ବଜାୟ ରଖିବାକୁ ହେଲେ ୬ ମାସ ମଧ୍ୟରେ ମମତାଙ୍କୁ ବିଧାନସଭାକୁ ନିର୍ବାଚିତ ହେବାକୁ ପଡିବ । ସେ ଭବାନୀପୁର ଆସନରୁ ଛିଡା ହେବେ ବୋଲି ଜଣାପଡିଛି । ବିଜୟୀ ବିଧାୟକ ଶୋଭନଦେବ ଚଟ୍ଟୋପାଧ୍ୟୟ ଏହି ଆସନ ଦିଦିଙ୍କ ପାଇଁ ଛାଡି ଦେଇଛନ୍ତି ।

Leave A Reply

Your email address will not be published.