Latest Odisha News

BREAKING NEWS

ଡକାୟତି ଯୋଜନା ଭଣ୍ଡୁର, କୁଖ୍ୟାତ ଡକାୟତ ଗିରଫ

ବାରିପଦା: ବାରିପଦା ଉପଖଣ୍ଡ ଚାନ୍ଦୁଆ ଥାନା ପୋଲିସକୁ ମିଳିଛି ବଡ ସଫଳତା । ଗିରଫ ହେଲା କୁଖ୍ୟାତ ଡକାୟତ ଭରତ ମାଈତି । ଏକ ବଡ ଧରଣର ଡକାୟତି ପାଇଁ ଯୋଜନା କରୁଥିବା ସମୟରେ କୁଖ୍ୟାତ ଡକାୟତକୁ ପୋଲିସ ଗିରଫ କରିଥିବା ସୂଚନା ମିଳିଛି ।

ମିଳିଥିବା ରିପୋର୍ଟ ଅନୁଯାୟୀ ଗତକାଲି ରାତି ୧୧ଟାରେ ସୀମାନ୍ତ ବାଲେଶ୍ୱରର ଦୁର୍ଦ୍ଦଶ ଡକାୟତ ଭାରତ ମଈତି ପୋଲିସ ହାତରେ ଧରାପଡିଥିଲା । ନନ୍ଦୀ ଗାଁ ସ୍ଥିତ ଆରଏମ୍‌ସି କୋଠା ନିକଟରେ ଭରତ ଡକାୟତି ପାଇଁ ଯୋଜନା କରିଥିଲା । ଗିରଫ ଡକାୟତଠାରୁ ପୋଲିସ ଦୁଇଟି ଖଣ୍ଡା, ଦୁଇଟି ଭୂଜାଲି, ଗୋଟିଏ ଛୁରୀ, ଏଟିଏମ୍ କାର୍ଡ ଓ ଗୋଟିଏ ନମ୍ବର ବିହୀନ ବାଇକ ଜବତ କରିଛି ।

ଅନ୍ଧାର ରାତିରେ ପୋଲିସ ଅପରେସନରେ ଅନ୍ୟ ଡକାୟତମାନେ ଚମ୍ପଟ୍ ମାରିଥିଲେ । ଅନ୍ୟପଟେ ମାମଲା ରୁଜୁ କରିବା ସହ ତଦନ୍ତ ଜାରି ରଖିଛନ୍ତି ଚାନ୍ଦୁଆ ଥାନା ଆଇଆଇସି ବି.ବେହେରା ।

Leave A Reply

Your email address will not be published.