Latest Odisha News

BREAKING NEWS

କୁଟ୍ଟେଙ୍କୁ ମିଳିଲା ଆଶ୍ବସ୍ତି, ଆଶିଷଙ୍କ ବଢିଲା ଅଡୁଆ

ଭୁବନେଶ୍ବର: ଡିଏସ୍ କୁଟ୍ଟେଙ୍କୁ ମିଳିଲା ଆଶ୍ବସ୍ତି । ନିଲମ୍ବନ ଅପସାରଣ କଲେ ଭାରତୀୟ ନିର୍ବାଚନ ଆୟୋଗ । ଏହାସହିତ ଅନ୍ୟଜଣ ଅଫିସର ଆଶିଷ କୁମାର ସିଂଙ୍କ ବିରୋଧରେ, ମିଛ ମେଡିକାଲ କାରଣ ଦର୍ଶାଇ ଛୁଟିରେ ଥିବରୁ ଦୃଢ କାର୍ଯ୍ୟନୁଷ୍ଠାନ ଗ୍ରହଣ ପାଇଁ ନିର୍ଦ୍ଦେଶ ଦେଇଛନ୍ତି ନିର୍ବାଚନ ଆୟୋଗ ।

ଓଡିଶା ମୁଖ୍ୟମନ୍ତ୍ରୀଙ୍କ ସ୍ବତନ୍ତ୍ର ସଚିବ ଥିବା ଆଇପିଏସ ଅଫିସର ଡିଏସ କୁଟ୍ଟେଙ୍କ ନିଲମ୍ବନ କାଳକୁ ଆଜି ହଟାଇଛନ୍ତି ନିର୍ବାଚନ ଆୟୋଗ । ନିର୍ବାଚନ ପରିଚାଳନାରେ ଅଯଥା ହସ୍ତକ୍ଷେପ କରିଥିବା ଅଭିଯୋଗ କାରଣରୁ ମେ ୨୮ ତାରିଖରେ କୁଟ୍ଟେଙ୍କୁ ନିଲମ୍ବିତ କରିଥିଲେ ନିର୍ବାଚନ ଆୟୋଗ । ଏହା ସହିତ ସସପେଣ୍ଡ କାଳରେ ତାଙ୍କୁ  ନୂଆଦିଲ୍ଲୀ ଆବାସିକ କମିଶନରଙ୍କ ଅଫିସରେ କାର୍ଯ୍ୟ କରିବାକୁ ନିର୍ଦ୍ଦେଶ ଦିଆଯାଇଥିଲା । ଯାହାକୁ ଆଜି ସମାପ୍ତ କରିଛନ୍ତି ଇସି । କୁଟ୍ଟେଙ୍କୁ ନେଇ ନିର୍ବାଚନ କମିଶନ କହିଛନ୍ତି ଯେ ଚିଠିରେ ଦିଆଯାଇଥିବା ଅନ୍ୟ ନିର୍ଦ୍ଦେଶଗୁଡ଼ିକ ନିୟମ ଅନୁଯାୟୀ ଜାରି ରହିବ। ବିଭାଗୀୟ ପ୍ରକ୍ରିୟା ଯଦି ଆବଶ୍ୟକ ହୁଏ ତାହାଲେ ଏହା ଆୟୋଗର ସହମତି ଅନୁଯାୟୀ ନିଷ୍ପତ୍ତି ନିଆଯାଇପାରେ ।

ଅନ୍ୟପଟେ କିନ୍ତୁ  ଆଇଜି-ସିଏମ ସିକ୍ୟୁରିଟି ତଥା ବରିଷ୍ଠ ଆଇପିଏସ ଆଶିଷ ସିଂଙ୍କ ଅଡୁଆ ବଢିଛି । ଆଶିଷଙ୍କ ବିରୋଧରେ ଦୃଢ କାର୍ଯ୍ୟନୁଷ୍ଠାନ ଗ୍ରହଣ କରିବା ପାଇଁ ନିର୍ଦ୍ଦେଶ ଦେିଛନ୍ତି ନିର୍ବାଚନୀ ଅଧିକାରୀ ।  ସ୍ୱାସ୍ଥ୍ୟାବସ୍ଥା କାରଣ ଦେଖାଇ ମେ ୪ରୁ ଛୁଟିରେ ରହିଥିଲେ ଆଶିଷ । କିନ୍ତୁ ବିଜେପିର ଅଭିଯୋଗ ପରେ ସ୍ବାସ୍ଥ୍ୟବସ୍ଥା ଯାଞ୍ଚ ପାଇଁ ନିର୍ଦ୍ଦେଶ ଦେଇଥିଲେ ଭାରତୀୟ ନିର୍ବାଚନ ଆୟୋଗ । ତାଙ୍କ ସ୍ୱାସ୍ଥ୍ୟବସ୍ଥା ଯାଞ୍ଚ କରିବା ପାଇଁ ଏକ ମେଡିକାଲ ବୋର୍ଡ ଗଠନ କରି ଭୁବନେଶ୍ୱର ଏମ୍ସ ନିର୍ଦ୍ଦେଶକଙ୍କୁ ନିର୍ଦ୍ଦେଶ ଦିଆଯାଇଥିଲା ।

ଯାହାକୁ ନେଇ ନିର୍ବାଚନ ଅଧିକାରୀ କହିଛନ୍ତି, ଏମ୍ସ ଭୁବନେଶ୍ୱରର ଏକ ସ୍ୱତନ୍ତ୍ର ମେଡିକାଲ୍ ବୋର୍ଡ ଆଶିଷ ସିଂଙ୍କ ଡାକ୍ତରୀ ପରୀକ୍ଷା କରିଛି । ମେଡିକାଲ ବୋର୍ଡର ରିପୋର୍ଟ ଅନୁଯାୟୀ ଆଶିଷ ସିଂ ଶାରୀରିକ ତଥା ମାନସିକସ୍ତରରେ ଫିଟ ରହିଛି । ସ୍ସିଂ ସ୍ବାସ୍ଥ୍ୟଗତ ସମସ୍ୟା ନେଇ ଭୁଲ୍ ତଥ୍ୟ ଦେଇ ଛୁଟିରେ ରହିଥିବାରୁ ତାଙ୍କ ବିରୋଧରେ ଉପଯୁକ୍ତ କାର୍ଯ୍ୟନୁଷ୍ଠାନ ଗ୍ରହଣ କରିବାକୁ ରାଜ୍ୟ ମୁଖ୍ୟ ଶାସନ ସଚିବଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ଇସିଆଇ ।

ସୂଚନାଯୋଗ୍ୟ, ନିର୍ବାଚନ ଆଚରଣ ବିଧି ଉଲଙ୍ଘନ କରିଥିବା ନେଇ ଏହି ଦୁଇ ପଦସ୍ତ ଅଧିକାରୀଙ୍କ ବିରୋଧରେ ଫେରାଦ ହୋଇଥିଲା ବିଜେପି । ଯାହା ଉପରେ କାର୍ଯ୍ୟନୁଷ୍ଠାନ ନେଇଥିଲେ ଭାରତୀୟ ନିର୍ବାଚନ ଆୟୋଗ ।

Comments are closed.