Latest Odisha News

BREAKING NEWS

ମୋଦିଙ୍କ ବାୟୋପିକ ରିଲିଜରେ ନିର୍ବାଚନ କମିଶନ ଲଗାଇଲେ ଅଙ୍କୁଶ

ନୂଆଦିଲ୍ଲୀ : ଭାରତ ନିର୍ବାଚନ ଆୟୋଗ ବୁଧବାର ଦିନ ‘ପିଏମ ନରେନ୍ଦ୍ର ମୋଦି’ ବାୟୋପିକ ରିଲିଜ ଉପରେ ରୋକ୍ ଲଗାଇଛନ୍ତି । ଏଥିସହିତ ସାଧାରଣ ନିର୍ବାଚନ ନସରିବା ପୂର୍ବରୁ ଏହି ଫିଲ୍ମକୁ ରିଲିଜ ପାଇଁ ଅନୁମତି ଦିଆଯାଇପାରିବ ନାହିଁ ବୋଲି ନିର୍ବାଚନ ଆୟୋଗ ପ୍ରକାଶ କରିଛନ୍ତି।

ଏହି ବାୟୋପିକ ଫିଲ୍ମଟି ଏପ୍ରିଲ୍ ୧୧ ତାରିଖ ଦିନ ପ୍ରେକ୍ଷାଳୟ ଗୁଡିକରେ ରିଲିଜ ହେବାକୁ ଥିଲା । ନିର୍ବାଚନ ସମୟରେ ରାଜନୈତିକ ଉଦ୍ଦେଶ୍ୟ ରଖୁଥିବା ତଥା ରାଜନୈତିକ ଦଳକୁ ଫାଇଦା ହେଉଥିବା ଭଳି କୌଣସି ଫିଲ୍ମକୁ ରିଲିଜ ପାଇଁ ଅନୁମତି ଦିଆଯାଇପାରିବ ନାହିଁ ।

ବିରୋଧି ଦଳମାନେ ନିର୍ବାଚନ ସମୟରେ ଏହି ବାୟୋପିକ ଫିଲ୍ମର ରିଲିଜକୁ ବିରୋଧ କରିଆସୁଥିଲେ, ଫିଲ୍ମ ରିଲିଜ ଫଳରେ ଏହା ବିଜେପିକୁ ରାଜନୈତିକ ଫାଇଦା ହେବ ବୋଲି ସେମାନେ ଅଭିଯୋଗ କରୁଥିଲେ ।

‘ପିଏମ୍ ନରେନ୍ଦ୍ର ମୋଦି’ ବାୟୋପିକ ରିଲିଜ ଉପରେ ରୋକ ଲଗାଇବା ପାଇଁ କଂଗ୍ରେସର ଜଣେ ନେତା ଆବେଦନ କରିଥିବା ବେଳେ ମଙ୍ଗଳବାର ଦିନ ସୁପ୍ରିମକୋର୍ଟ ତାଙ୍କ ଯାଚିକାକୁ ଖାରଜ କରିଦେଇଥିଲେ ।

କୋର୍ଟ ଏହି ଯାଚିକାକୁ ଖାରଜ କରିବା ସହିତ ସେନସର ବୋର୍ଡ ଏହାକୁ ସାର୍ଟିଫିକେଟ୍ ଦେଇନାହାନ୍ତି ବୋଲି କହିଥବଲେ । ଫିଲ୍ମଟି ନିର୍ବାଚନୀ ଆଚାର ସଂହିତାର ଉଲଘଂନ କରୁଛି କି ନାହିଁ ସେ ସମ୍ପର୍କରେ ନିର୍ବାଚନ ଆୟୋଗ ବିଚାର କରିବ ବୋଲି କହିଥିଲେ ।

Leave A Reply

Your email address will not be published.