Latest Odisha News

ଓଡିଶାର ୮ଟି ଜିଲ୍ଲାରେ ବଜ୍ରପାତ ସହ ବର୍ଷା ଆଶଙ୍କା

ଭୁବନେଶ୍ୱର : ଓଡିଶାର ପ୍ରାୟ ୮ଟି ଜିଲ୍ଲାରେ ବର୍ଷା ସହ ଘଡଘଡିର ସମ୍ଭାବନା ରହିଥିବା ନେଇ ଭୁବନେଶ୍ୱର ସ୍ଥିତ ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ ବୁଧବାର ଦିନ ପୂର୍ବାନୁମାନ କରାଯାଇଛି ।

ଭାତୀୟ ପାଣିପାଗ ବିଭାଗ (ଆଇଏମଡି)ର ସତର୍କ ସୂଚନା ଅନୁଯାୟୀ ଓଡିଶାର ୮ଟି ଜିଲ୍ଲାର ଗୋଟିଏ କିମ୍ବା ଦୁଇଟି ସ୍ଥାନରେ ଘଡଘଡି ସହ ବୃଷ୍ଟିପାତ ହେବାର ସମ୍ଭାବନା ରହିଛି । ଯେଉଁସବୁ ଜିଲ୍ଲା ଗୁଡିକୁ ସତର୍କ ସୂଚନା ଜାରି କରାଯାଇଛି । ସେହି ଜିଲ୍ଲାଗୁଡିକ ମଧ୍ୟରେ ନୂଆପଡା, ନବରଙ୍ଗପୁର, ବଲାଙ୍ଗିର, କଳାହାଣ୍ଡି, ନୟାଗଡ ଓ କନ୍ଧମାଳ, କୋରାପୁଟ ଏବଂ ମୟୁରଭଞ୍ଜ ଜିଲ୍ଲା ରହିଛି । ଏହି ସବୁ ଜିଲ୍ଲାମାନଙ୍କରେ ସନ୍ଧ୍ୟା ୫ଟା ୩୦ ମି. ପର୍ଯ୍ୟନ୍ତ ବର୍ଷା ଆଶଙ୍କା ରହିଛି । ଏହି ସମୟ ମଧ୍ୟରେ ଉକ୍ତ ଜିଲ୍ଲାଗୁଡିକର ଜନସାଧାରଣଙ୍କୁ ସତର୍କ ରହିବା ପାଇଁ ବିଭାଗ ପକ୍ଷରୁ ସୂଚନା ଜାରି କରାଯାଇଛି ।

ଏହାବ୍ୟତିତ ପଡୋଶୀ ବାଙ୍ଗଲାଦେଶ ଉପକୂଳରେ ସମୁଦ୍ର ପତନରୁ ଉଦ୍ଧ୍ୱର୍ରେ ଘଣ୍ଟାପ୍ରତି ୯ କିମି. ବେଗରେ ପବନ ବୋହିବା ଫଳରେ ଏକ ଘୃର୍ଣ୍ଣିବଳୟ ସୃଷ୍ଟି ହେଉଛି । ଏହାଫଳରେ ରାଜ୍ୟର କେତେକାଂଶ ଅଞ୍ଚଳରେ ସାମାନ୍ୟରୁ ମଧ୍ୟମଧରଣର ବୃଷ୍ଟିପାତ ହେବା ସହ ଝଡତୋଫାନର ସମ୍ଭାବନା ରହିଛି ।

ଏହାର ପ୍ରଭାବରେ ଆଗାମୀ ୫ ଦିନ ଯାଏଁ ଅର୍ଥାତ୍ ଏପ୍ରିଲ୍ ୧୫ ତାରିଖ ପର୍ଯ୍ୟନ୍ତ ରାଜ୍ୟର ଗୋଟିଏ କିମ୍ବା ଦୁଇଟି ସ୍ଥାନରେ ବଜ୍ରପାତ ସହ ବର୍ଷା ଅଶଙ୍କା ରହିଛି ।

ସେହିପରି ଏପ୍ରିଲ୍ ୧୦ ତାରିଖରୁ ୧୩ ତାରିଖ ମଧ୍ୟରେ ରାଜ୍ୟର ଅନେକ ଜିଲ୍ଲାରେ ବର୍ଷା ସହ ଝଡତୋଫାନ ହେବାର ସମ୍ଭାବନା ରହିଛି । ଏହି ଜିଲ୍ଲା ଗୁଡିକ ମଧ୍ୟରେ ଦକ୍ଷିଣ-ଉପକୂଳ ଓଡିଶା, ରାୟଗଡ, କନ୍ଧମାଳ, କଳାହାଣ୍ଡି, କୋରାପୁଟ, ମାଲକାନଗିରି, କେନ୍ଦୁଝର, ମୟୁରଭଞ୍ଜ, ଗଞ୍ଜାମ ଓ ଗଜପତି ରହିଛି ।

ସେହିପରି ଏପ୍ରିଲ୍ ୧୧, ୧୨ ଓ ୧୩ ତାରିଖ ବେଳକୁ ଗଜପତି, ଗଞ୍ଜାମ, ପୁରୀ, କୋରାପୁଟ, ମାଲକାନଗିରି, ରାୟଗଡ, ମୟୁରଭଞ୍ଜ, କେନ୍ଦୁଝର, ବୌଦ୍ଧ, ସୋନପୁର, ବଲାଙ୍ଗିର ଆଦି ଜିଲ୍ଲା ରହିଛି ।

ଏପ୍ରିଲ୍ ୧୪ ତାରିଖ ବେଳକୁ ଉପକୂଳ ଓଡିଶା, ମୟୁରଭଞ୍ଜ, କେନ୍ଦୁଝର, କନ୍ଧମାଳ ଜିଲ୍ଲା ଏବଂ ଏପ୍ରିଲ୍ ୧୫ ତାରିଖ ବେଳକୁ ଦକ୍ଷିଣ ଉପକୂଳ ଓଡିଶା, ରାୟଗଡ, କୋରାପୁଟ, ମାଲକାନଗିରି, ମୟୁରଭଞ୍ଜ ଆଦି ଜିଲ୍ଲାରେ ଘଡଘଡି ସହ ବର୍ଷା ଆଶଙ୍କା ରହିଛି ।

ଜଳବାୟୁରେ ପରିବର୍ତ୍ତନ ଯୋଗୁଁ ରାଜ୍ୟର ଅଧିକାଂଶ ଭାଗରେ ତାପମାତ୍ରା ୩୭ରୁ ୨୫ ଡିଗ୍ରୀ ସେଲସିୟସ୍ ରହିବ ବୋଲି ବିଭାଗ ପକ୍ଷରୁ ସୂଚନା ମିଳିଛି ।

Leave A Reply

Your email address will not be published.