Latest Odisha News

BREAKING NEWS

ଦୀପାଳିଙ୍କ ଆବେଦନକୁ ଗ୍ରହଣ କଲେ ନିର୍ବାଚନ ଆୟୋଗ, ଯାଞ୍ଚ ହେବ ଇଭିଏମ

ଝାରସୁଗୁଡା: ଦୀପାଳି ଦାସଙ୍କ ଆବେଦନକୁ ଗ୍ରହଣ କଲେ ନିର୍ବାଚନ ଆୟୋଗ । ଯାଞ୍ଚ ହେବ ୧୩ ପୋଲିଂ ଷ୍ଟେସନର ଇଭିଏମ୍ । ନିର୍ବାଚନ ଫଳାଫଳରେ ଘୋଟାଲା ହୋଇଥିବା ଅଭିଯୋଗ କରିଥିଲେ ଦୀପାଳି ।

ଝାରସୁଗୁଡା ପୂର୍ବତନ ବିଧାୟିକା ତଥା ପରାଜିତ ବିଜେଡି ବିଧାୟିକା ପ୍ରାର୍ଥୀ ଦୀପାଳି ଦାସ ନିର୍ବାଚନ ଫଳାଫଳକୁ ନେଇ ଅସନ୍ତୋଷ ପ୍ରକାଶ କରି ,ତିରେ ଅନିୟମିତତା ହୋଇଥିବା ଅଭିଯୋଗ କରିଥିଲେ । ଏନେଇ ଜିଲ୍ଲା ନିର୍ବାଚନ ଅଧିକାରୀଙ୍କ କାର୍ଯ୍ୟାଳୟରେ ସେ ଯାଞ୍ଚ ପାଇଁ ଆବେଦନ କରିଥିଲେ । ଆଉ ଆଜି ତାଙ୍କ ଆବେଦନକୁ ଗ୍ରହଣ କରିଛନ୍ତି ନିର୍ବାଚନ ଆୟୋଗ । ଏହା ସହିତ ଝାରସୁଗୁଡାର ୧୩ ଟି ପୋଲିଂ ଷ୍ଟେସନରେ  ଯାଞ୍ଚ କରିବା ପାଇଁ ଅନୁମତି ଦେଇଛନ୍ତି ନିର୍ବାଚନ ଆୟୋଗ ।

Comments are closed.