Latest Odisha News

BREAKING NEWS

୫ଟି ରାଜ୍ୟ ଲାଗି କୋହଳ ହେଲା ନିର୍ବାଚନ କମିଶନଙ୍କ କଟକଣା

ନୂଆଦିଲ୍ଲୀ : ୫ଟି ରାଜ୍ୟ ଲାଗି କୋହଳ ହେଲା ନିର୍ବାଚନ କମିଶନଙ୍କ କଟକଣା । ଇନଡୋର ଓ ଆଉଟଡୋର ରାଲି ଲାଗି ପ୍ରଚାର କ୍ଷେତ୍ରରେ କୋହଳ ହୋଇଛି କଟକଣା । ଇନଡୋର ରାଲି ଲାଗି ସାମର୍ଥ୍ୟର ୫୦ ପ୍ରତିଶତ ଲୋକଙ୍କୁ ଅନୁମତି ଥିବା ବେଳେ, ଆଉଟଡୋର ରାଲି ଲାଗି ସାମର୍ଥ୍ୟର ୩୦ ପ୍ରତିଶତ ଲୋକଙ୍କୁ ମିଳିବ ଅନୁମତି । ନିର୍ବାଚନ କମିଶନ ପକ୍ଷରୁ ଜାରି ନୂଆ ନିର୍ଦ୍ଦେଶନାମାରେ କୁହାଯାଇଛି ଯେ, ଆଉଟଡୋର ମିଟିଂ, ଇନଡୋର ମିଟିଂ, ରାଲି ଆଦି ଲାଗି କମିଶନ କଟକଣା କୋହଳ କରିଛନ୍ତି ।

ଏହାସହ ବିଭିନ୍ନ କାର୍ଯ୍ୟକ୍ରମରେ ସାମାଜିକ ଦୂରତା ନିୟମ ବି ପାଳନ କରାଯିବ । ତେବେ ପଦଯାତ୍ରା, ରୋଡ୍ ସୋ, ଯାନବାହନ ରାଲି ପୂର୍ବପରି ବଳବତ୍ତର ରହିବ । ସର୍ବାଧିକ ୨୦ ଲୋକଙ୍କୁ ଧରି ଡୋର ଟୁ ଡୋର କ୍ୟାମ୍ପେନିଂ ଚାଲିବ ବୋଲି କହିଛନ୍ତି ନିର୍ବାଚନ କମିସନ । ୫ଟି ରାଜ୍ୟରେ ପ୍ରଥମ ପର୍ଯ୍ୟାୟ ନିର୍ବାଚନ ଲାଗି ଏହି କଟକଣା କୋହଳ କରାଯାଇଛି । ରାଜ୍ୟରେ କୋଭିଡ ସଂକ୍ରମଣ ନିୟନ୍ତ୍ରଣ ତଥା ଅନ୍ୟାନ୍ୟ ପାରିପାର୍ଶ୍ବିକ ସ୍ଥିତିକୁ ନଜରରେ ରଖି ଏହି ନିର୍ଦ୍ଦେଶ ଜାରି କରାଯାଇଛି ।

Comments are closed, but trackbacks and pingbacks are open.