Latest Odisha News

ଅଯୋଧ୍ୟା ମିଲ୍କିପୁର ଆସନରେ ହେବନି କି ଉପ-ନିର୍ବାଚନ ?

ନୂଆଦିଲ୍ଲୀ: ଅଯୋଧ୍ୟା ମିଲ୍କିପୁର ଆସନରେ ଉପ-ନିର୍ବାଚନ ନେଇ ସୃଷ୍ଟି ହୋଇଛି  ଆଶଙ୍କା । ମହାରାଷ୍ଟ୍ର ଏବଂ ଝାଡଖଣ୍ଡ ବିଧାନସଭା ନିର୍ବାଚନ ସହିତ ଉତ୍ତରପ୍ରଦେଶରେ ବିଧାନସଭା ଉପ-ନିର୍ବାଚନର ତାରିଖ  ଘୋଷଣା କରିଛନ୍ତି ନିର୍ବାଚନ ଆୟୋଗ।  କିନ୍ତୁ ଉତ୍ତରପ୍ରଦେଶର ୯ଟି ଆସନରେ ଉପ-ନିର୍ବାଚନର ତାରିଖ ଘୋଷଣା କରିଥିଲେ ମଧ୍ୟ ଅଯୋଧ୍ୟା ଜିଲ୍ଲାର ମିଲ୍କିପୁର ଆସନରେ ଉପ-ନିର୍ବାଚନ ପାଇଁ ଘୋଷଣା କରାଯାଇ ନାହିଁ ।

ଆଜି ଇସିଆଇ ମହାରାଷ୍ଟ୍ର ଏବଂ ଝାଡଖଣ୍ଡ ବିଧାନସଭା ନିର୍ବାଚନର ତାରିଖ ଘୋଷଣା କରିଛନ୍ତି। ଏହା ସହିତ ଚିଫ ଇଲେକ୍ସନ କମିଶନର ରାଜୀବ କୁମାର ନଭେମ୍ବର ୧୩ରେ ଉତ୍ତରପ୍ରଦେଶର ୯ଟି ବିଧାନସଭା ଆସନରେ ଭୋଟ୍ ଅନୁଷ୍ଠିତ ହେବା ନେଇ ମଧ୍ୟ ଘୋଷଣା କରିଛନ୍ତି।  କିନ୍ତୁ ମିଲ୍କିପୁର ଆସନରେ ଉପ-ନିର୍ବାଚନ ସସପେନ୍ସରେ ରହିଛି।  ଏ ସମ୍ପର୍କରେ କୌଣସି ଘୋଷଣା କରି ନାହାନ୍ତି ଇସିଆଇ। ନଭେମ୍ବର ୧୩ରେ ଅବଶିଷ୍ଟ ୯ଟି ଆସନରେ ଭୋଟ୍ ଗ୍ରହଣ କରାଯିବ। ଉପ-ନିର୍ବାଚନର ଫଳାଫଳ ୨୩ ନଭେମ୍ବରରେ ଘୋଷଣା କରାଯିବ।ବିଜେପି ଲୋକସଭା ନିର୍ବାଚନରେ ​​ଅଯୋଧ୍ୟାର ଫୈଜାବାଦ ଆସନରେ ହାରିଥିବା ବେଳେ ସପା ପ୍ରାର୍ଥୀ ଆୱଧେଶ ପ୍ରସାଦ ଏହି ଆସନରୁ ଜିତିଥିଲେ। ଏହା ପରେ ବିରୋଧୀମାନେ ଅଯୋଧ୍ୟା ଆସନରେ ବିଜେପିର ପରାଜୟକୁ ନେଇ ଦଳକୁ ଟାର୍ଗେଟ କରିଥିଲେ।

ସୂଚନାଯୋଗ୍ୟ, ସପା ଆଗାମୀ ଉତ୍ତରପ୍ରଦେଶ ଉପ-ନିର୍ବାଚନ ପାଇଁ ୬ଟି ବିଧାନସଭା ଆସନରେ ପ୍ରାର୍ଥୀ ଦେଇଛି। ଏହି ଆସନମାନଙ୍କ ମଧ୍ୟରେ ମିଲ୍କିପୁର ବିଧାନସଭା କ୍ଷେତ୍ର ରହିଛି। ଆୱଧେଶ ପ୍ରସାଦ ସାଂସଦ ହେବା ପରେ ମିଲ୍କିପୁର ଆସନ ଖାଲି ପଡିଥିଲା। ତେଣୁ ସପା ସାଂସଦ ଆୱଧେଶ ପ୍ରସାଦଙ୍କ ପୁଅ ଅଜିତ ପ୍ରସାଦଙ୍କୁ ଏହି ଆସନରୁ ପ୍ରାର୍ଥୀ କରାଯାଇଥିଲା।ଉତ୍ତରପ୍ରଦେଶ ଉପ-ନିର୍ବାଚନରେ ​​ମିଲ୍କିପୁର ଆସନ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ଥିଲେ ମଧ୍ୟ ଏହି ଆସନ ପାଇଁ  ଉପ-ନିର୍ବାଚନ ତାରିଖ ଘୋଷଣା ହୋଇନାହିଁ।

Leave A Reply

Your email address will not be published.