Latest Odisha News

BREAKING NEWS

ଓଡିଶାର କେଉଁ ସ୍ଥାନରେ ହେଉଛି ଇକୋ-ରିଟ୍ରିଟ୍‌; ଆକର୍ଷଣ ପାଲଟିପାରେ ହୀରାକୁଦ

ଭୁବନେଶ୍ୱର: ଆସନ୍ତା ଡିସେମ୍ବର ୧ ତାରିଖରୁ ଫେବୃଆରୀ ୨୮ ତାରିଖ ଯାଏଁ ଓଡିଶାର ରାମଚଣ୍ଡି ବିଚ୍ ସମେତ ହୀରାକୁଦ, ଦାରିଙ୍ଗବାଡି, ନଳିତପଟିଆ (ଭିତରକନିକା), ବଡମୂଳ (ସାତକୋଶିଆ) ଆଦି ସ୍ଥାନରେ ଇକୋ-ରିଟ୍ରିଟ୍ ଆୟୋଜିତ କରାଯିବ ।

ପର୍ଯ୍ୟଟନ ନିର୍ଦ୍ଦେଶକ ସଚିନ ଆର୍ ଯାଦବ ରବିବାର ଦିନ ସମ୍ବଲପୁର ଗସ୍ତ କରିବା ସହ ପ୍ରସ୍ତୁତି ବ୍ୟବସ୍ଥାର ସମୀକ୍ଷା କରିଥିଲେ । ତାଙ୍କ ସହିତ ଜିଲ୍ଲାପାଳ ଶୁଭମ୍ ସକ୍ସେନା, ସମ୍ବଲପୁର ସଦର ଉପ-ଜିଲ୍ଲାପାଳ ସୂର୍ଯ୍ୟବଂଶୀ ମୟୂରଙ୍କ ସମେତ ଅନ୍ୟ ଅଧିକାରୀ ମାନେ ଉପସ୍ଥିତ ରହିଥିଲେ ।

ଚଳିତ ଥର ଇଭେଣ୍ଟରେ ବିଳାସମୟ କଟେଜ୍‌, କୁଜିନ୍‌, ସ୍ପା, ଜଳକ୍ରୀଡା, ଆଡଭେନଚର ଓ ସାଂସ୍କୃତିକ ସନ୍ଧ୍ୟା ଆଦି ରହିବ ।

ଇକୋ ରିଟ୍ରିଟ୍ କୋଣାର୍କ, ଇକୋ ରିଟ୍ରିଟ୍ ସାତକୋଶିଆ, ଇକୋ-ରିଟ୍ରିଟ୍ ଭିତରକନିକା, ଇକୋ-ରିଟ୍ରିଟ୍ ଦାରିଙ୍ଗବାଡି, ଇକୋ-ରିଟ୍ରିଟ୍ ହୀରାକୁଦ ରହିଛି ।

Leave A Reply

Your email address will not be published.