Latest Odisha News

BREAKING NEWS

ଆଫଗାନିସ୍ତାନରେ ଅର୍ଥନୈତିକ ସଙ୍କଟ: ଅନାହାରରେ ମୃତ୍ୟୁବରଣ କରିପାରନ୍ତି ୧୪ ନିୟୁତରୁ ଅଧିକ ଲୋକ

କାବୁଲ: ତାଲିବାନର କାବୁଲ ବିଜୟ ପରେ ଏବେ ତାଲିବାନ ପାଇଁ ଆଉ ଏକ ସମସ୍ୟା ମୁଣ୍ଡ ଟେକିଛି। କାବୁଲକୁ କବଜା କରିବାର ଏକ ମାସ ପରେ ତାଲିବାନମାନେ ବହୁ ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ଚାରି ଦଶନ୍ଧିର ଯୁଦ୍ଧ ଏବଂ ହଜାର ହଜାର ଲୋକଙ୍କ ମୃତ୍ୟୁ ପରେ ସୁରକ୍ଷା ମୁଖ୍ୟତଃ ଉନ୍ନତ ହୋଇଛି, କିନ୍ତୁ ଗତ ୨୦ ବର୍ଷ ମଧ୍ୟରେ ଦେଶର ବିକାଶ ଦିଗରେ ଶହ ଶହ କୋଟି ଡଲାର ସତ୍ତ୍ବେ ଆଫଗାନିସ୍ତାନର ଅର୍ଥନୀତି ଭୁଶୁଡିଯାଇଛି।

ଦେଶରେ ମରୁଡ଼ି ଏବଂ ଦୁର୍ଭିକ୍ଷ ଆଶଙ୍କା ବୃଦ୍ଧି ପାଇଚି। ୱାଲର୍ ଫୁଡ୍‌ ପ୍ରୋଗ୍ରାମ ଆଶଙ୍କା କରୁଛି ଯେ ମାସ ଶେଷ ସୁଦ୍ଧା ଖାଦ୍ୟ ସଙ୍କଟ ଦେଖାଦେଇପାରେ। ଯାହା ଦ୍ବାରା ୧୪ ନିୟୁତ ଲୋକ ଅନାହାରରେ ମୃତ୍ୟୁବରଣ କରିବେ।

କାବୁଲ ବାସିନ୍ଦା ଅବଦୁଲ୍ଲା କହିଛନ୍ତି ଯେ ପ୍ରତ୍ୟେକ ଆଫଗାନିସ୍ତାନ, ପିଲାମାନେ ଭୋକିଲା ଅଛନ୍ତି, ସେମାନଙ୍କ ପାଖରେ ଗୋଟିଏ ବ୍ୟାଗ ଅଟା କିମ୍ବା ରନ୍ଧନ ତେଲ ନାହିଁ। ବ୍ୟାଙ୍କଗୁଡିକ ବାହାରେ ଲମ୍ବା ଲାଇନ ଲାଗିଛି।

ବିଦେଶୀ ସହାୟତାରେ କୋଟି କୋଟି ଟଙ୍କା ଥାଇ ମଧ୍ୟ ଆଫଗାନିସ୍ତାନର ଅର୍ଥନୀତି ସଂଘର୍ଷ କରିଆସୁଥିଲା ଏବଂ ଜନସଂଖ୍ୟା ସ୍ଥିର ବୃଦ୍ଧି ସହିତ ଅଭିବୃଦ୍ଧି କରିବାରେ ବିଫଳ ହୋଇଥିଲା। ଚାକିରି ଅଭାବ ଏବଂ ଅତି କମରେ ଜୁଲାଇରୁ ଅନେକ ସରକାରୀ କର୍ମଚାରୀ ବେତନ ପାଉନାହାଁନ୍ତି।

Leave A Reply

Your email address will not be published.