Latest Odisha News

BREAKING NEWS

ସୁନ୍ଦରଗଡ଼ରେ ଆଦିବାସୀ ମହିଳାଙ୍କୁ ରୋଜଗାର ଦେବା ପାଇଁ ଛେଳି ପାଳନକୁ ପ୍ରୋତ୍ସାହନ

ସୁନ୍ଦରଗଡ଼ : ସୁନ୍ଦରଗଡ଼ ଜିଲ୍ଲାର ଆଦିବାସୀ ମହିଳାମାନଙ୍କର ଆର୍ଥିକ ସ୍ଥିତିରେ ଉନ୍ନତି ଆଣିବା ଲାଗି ଛେଳି ପାଳନ ପାଇଁ ଦିଆଯାଉଛି ପ୍ରୋତ୍ସାହନ । ବଣାଇ ସମନ୍ବିତ ଆଦିବାସୀ ଉନ୍ନୟନ ସଂସ୍ଥା ବା ଆଇଟିଡିଏ ତରଫରୁ ଓଡ଼ିଶା ଜୀବିକା ମିଶନ ସହଯୋଗରେ ହିତାଧିକାରୀ ଚିହ୍ନଟ କରାଯାଇ ଛେଳି ପ୍ରଦାନ କରାଯାଉଛି । ନିକଟରେ ବଣାଇ ଆଇଟିଡିଏ ପକ୍ଷରୁ ଗୁରୁଣ୍ଡିଆ ବ୍ଲକର ଜର୍ଡା ପଞ୍ଚାୟତର ମଜୁରଡିମା ଓ କେଲ୍ଲୋ ଗ୍ରାମରେ ହିତାଧିକାରୀମାନଙ୍କୁ ଛେଳି ଦିଆଯାଇଛି । ପ୍ରଥମ ପର୍ଯ୍ୟାୟରେ ୩୧ ଜଣ ମହିଳାଙ୍କୁ ୩ଟି କରି ମୋଟ ୯୩ଟି ଛେଳି ପ୍ରଦାନ କରାଯାଇଛି । ମୋଟ ୮୨ ଜଣ ହିତାଧିକାରୀଙ୍କୁ ୨୫୪ଟି ଛେଳି ପ୍ରଦାନ କରିବାକୁ ଲକ୍ଷ୍ୟ ରହିଛି ।

ବଣାଇଠାରେ ପ୍ରଥମେ ଛେଳିମାନଙ୍କର ବୀମା ଓ ଟ୍ୟାଗିଙ୍ଗ କରାଯାଇଥିଲା । ଏହି କାର୍ଯ୍ୟକ୍ରମରେ ବଣାଇ ଆଇଟିଡିଏର ପ୍ରକଳ୍ପ ପ୍ରଶାସକ ଲଲାଟ କୁମାର ଲୁହା ଓ ଏସଡିଭିଓ ଚନ୍ଦନ କୁମାର ମହାନ୍ତି ଉପସ୍ଥିତ ଥିଲେ । ପରେ ଛେଳି ଗୁଡ଼ିକୁ ହିତାଧିକାରୀମାନଙ୍କୁ ବଣ୍ଟନ କରାଯାଇଥିଲା । ୨୦୨୦ରେ ଗୁରୁଣ୍ଡିଆ ବ୍ଲକର ଜର୍ଡା ପଞ୍ଚାୟତରେ ପ୍ରଶାସନ ପକ୍ଷରୁ ସମ୍ପର୍କ ଶିବିର କରାଯାଇଥିଲା । ବଣାଇଁ ଉପଜିଲ୍ଲାପାଳ ପ୍ରଦୀପ କୁମାର ଡାଙ୍ଗ ଉପସ୍ଥିତ ରହି ସ୍ଥାନୀୟ ଲୋକମାନଙ୍କର ଜୀବିକା ସୁନିଶ୍ଚିତ ଉପରେ ଗୁରୁତ୍ୱ ଦେଇଥିଲେ । ସ୍ଥାନୀୟ ଲୋକେ ଛେଳି ଚାଷ ପାଇଁ ଆଗ୍ରହ ପ୍ରକାଶ କରିଥିଲେ । ପରବର୍ତ୍ତୀ ସମୟରେ ପ୍ରଶାସନ ପକ୍ଷରୁ ହିତାଧିକାରୀ ଚିହ୍ନଟ କରାଯାଇ ଛେଳି ଚାଷ ପାଇଁ ତାଲିମ ପ୍ରଦାନ କରାଯାଇଥିଲା ।

Leave A Reply

Your email address will not be published.