Latest Odisha News

BREAKING NEWS

ଲୋକସଭାରେ ଆଗତ ହେଲା ଅର୍ଥନୈତିକ ସର୍ଭେ ରିପୋର୍ଟ

ନୂଆଦିଲ୍ଲୀ : ସଂସଦରେ ଆଗତ ହୋଇଛି ଅର୍ଥନୈତିକ ସର୍ଭେ ରିପୋର୍ଟ । ୨୦୨୨-୨୩ ଆର୍ଥିକ ବର୍ଷ ଲାଗି ୮ରୁ ୮.୫ ପ୍ରତିଶତ ଅଭିବୃଦ୍ଧି ଲକ୍ଷ୍ୟ ରଖାଯାଇଛି । ଆଜି ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଆଗତ କରିଛନ୍ତି ଅର୍ଥନୈତିକ ସର୍ଭେ ରିପୋର୍ଟ । ରାଜସ୍ବ ବର୍ଷ ୨୦୨୨ ଲାଗି ସରକାର ଆକଳନ କରିଛନ୍ତି ୯.୨ ପ୍ରତିଶତ ଜିଡିପି ଅଭିବୃଦ୍ଧି । ୨୦୨୩ ଆର୍ଥିକ ବର୍ଷ ଲାଗି ହୋଇଥିବା ଆକଳନରେ ଏପ୍ରିଲ ୨୦୨୨ରୁ ମାର୍ଚ୍ଚ ୨୦୨୩ ଯାଏ ବିଚାରକୁ ନିଆଯାଇଛି । ୨୦୨୧-୨୨ ସର୍ଭେରେ ବିଭିନ୍ନ କ୍ଷେତ୍ରକୁ ଗୁରୁତ୍ବ ଦିଆଯାଇଥିବା ବେଳେ, ଆର୍ଥିକ ସଂସ୍କାରକୁ ଗୁରୁତ୍ବ ଦିଆଯାଇଛି । ଆର୍ଥିକ ଅଭିବୃଦ୍ଧିକୁ ନେଇ ସରକାର ଆଶା ବାନ୍ଧିଥିବା ବେଳେ ଅଭିବୃଦ୍ଧି ଯେପରି ତ୍ବରାନ୍ବିତ ହେବ ସେଥିପ୍ରତି ଗୁରୁତ୍ବ ଦିଆଯାଇଛି ।

ଶିଳ୍ପ କ୍ଷେତ୍ର ଲାଗି ୧୧.୮ ଓ ସେବାକ୍ଷେତ୍ର ଲାଗି ୮.୨ ପ୍ରତିଶତ ଅଭିବୃଦ୍ଧି ଲକ୍ଷ୍ୟ ରଖାଯାଇଛି । ୨୦୨୦-୨୧ରେ ଜିଡିପି ୭.୩ ପ୍ରତିଶତକୁ ହ୍ରାସ ପାଇଥିବା ଅର୍ଥନୈତିକ ସର୍ଭେ ରିପୋର୍ଟରେ ଉଲ୍ଲେଖ କରାଯାଇଛି । ୨୦୨୧-୨୨ରେ ମୋଟ ବ୍ୟବହାର ହାର ୭.୦ ପ୍ରତିଶତକୁ ବୃଦ୍ଧି ପାଇବା ନେଇ ଆକଳନ କରିଥିବା ବେଳେ, ଏହି ସମୟ କାଳରେ କୃଷି ଓ ଅନ୍ୟାନ୍ୟ ସମନ୍ବିତ କ୍ଷେତ୍ରର ୩.୯ ପ୍ରତିଶତ ଅଭିବୃଦ୍ଧି ଆକଳନ କରାଯାଇଛି । ସେହିପରି ସେବା କ୍ଷେତ୍ରର ଅଭିବୃଦ୍ଧି ହାର ୮.୨ ପ୍ରତିଶତ ଆକଳନ କରାଯାଇଛି । ମୁଖ୍ୟ ପରାମର୍ଶଦାତାଙ୍କ ନେତୃତ୍ବରେ ଏକ ଟିମ୍ ଏହି ରିପୋର୍ଟ ପ୍ରସ୍ତୁତ କରିଛନ୍ତି ।

Comments are closed, but trackbacks and pingbacks are open.