Latest Odisha News

BREAKING NEWS

ଦାନା ପ୍ରଭାବ: ବ୍ୟାପକ ଟ୍ରେନ୍‌ ବାତିଲ କଲା ରେଲୱେ

ଭୁବନେଶ୍ଵର: ସାମୁଦ୍ରିକ ଝଡ ଦାନା ପାଇଁ ବ୍ୟାପକ ପ୍ରସ୍ତୁତି ଚଳାଇଛନ୍ତି ସରକାର । ବାତ୍ୟା ପାଇଁ ବ୍ୟାପକ ଟ୍ରେନ୍‌ ବାତିଲ କରିଛି ରେଲୱେ । ମୋଟ ୧୯୮ଟି ଟ୍ରେନ୍‌ ବାତିଲ ନେଇ ସୂଚନା ଦେଇଛି ରେଲୱେ । ୨୩, ୨୪ ଏବଂ ୨୫ ତାରିଖ ମଧ୍ୟରେ ମୋଟ ୧୯୮ ଟ୍ରେନ୍‌ ବାତିଲ କରାଯାଇଛି । ସେଥିମଧ୍ୟରୁ ଅପ୍‌ ଟ୍ରେନ୍‌ ୯୫ଟି ଏବଂ ଡାଉନ୍‌ ଟ୍ରେନ୍‌ ୧୦୩ଟି ବାତିଲ ହୋଇଛି ।

ବାତିଲ ହୋଇଥିବା ଟ୍ରେନ ଭିତରେ ରହିଛି ହାୱଡ଼ା-ସିକନ୍ଦରାବାଦ, ସାଲିମାର-ପୁରୀ, ନୂଆଦିଲ୍ଲୀ-ଭୁବନେଶ୍ବର, ହାୱଡ଼ା-ଭୁବନେଶ୍ବର, ହାୱଡ଼ା-ପୁରୀ, ନୂଆଦିଲ୍ଲୀ-ପୁରୀ, ଖଡ଼ଗପୁର-ଖୋର୍ଦ୍ଧା, ସମ୍ବଲପୁର-ପୁରୀ, ରାଉରକେଲା-ଭୁବନେଶ୍ବର, ସିକନ୍ଦରାବାଦ-ଭୁବନେଶ୍ବର, ପୁଡୁଚେରୀ-ହାୱଡ଼ା, ପୁଡୁଚେରୀ-ଭୁବନେଶ୍ବର, ବ୍ରହ୍ମପୁର-ଭୁବନେଶ୍ବର, ବିଶାଖାପାଟଣା-ଭୁବନେଶ୍ବର, ବିଶାଖାପାଟଣା-ଦୀଘା ଟ୍ରେନ ବାତିଲ୍ କରିଛି ରେଲୱେ ।

ସେହିପରି ଗୁଣୁପୁର-ବିଶାଖାପାଟଣା, ସାଲିମାର-ସମ୍ବଲପୁର, ସୋନପୁର-ଭୁବନେଶ୍ଵର, ସୋନପୁର-ପୁରୀ, ଦଶପଲ୍ଲା-ପୁରୀ, ଜୟନଗର-ପୁରୀ, ପୁରୀ-ଗୁଣୁପୁର, ଭୁବନେଶ୍ଵର-ଜଗଦଲପୁର, ଭୁବନେଶ୍ଵର-ଜୁନାଗଡ, ବ୍ରହ୍ମପୁର-ବିଶାଖାପାଟଣା, ବ୍ରହ୍ମପୁର-ସୁରଟ, ଭୁବନେଶ୍ଵର-ଦଶପଲ୍ଲା, କଟକ-ପାରାଦୀପ, କଟକ-ଗୁଣୁପୁର, କଟକ-ପୁରୀ, କଟକ-ପଳାଶ, ପାରାଦୀପ-ପୁରୀ, କେନ୍ଦୁଝର-ପାରାଦୀପ, କେନ୍ଦୁଝର-ଖୋର୍ଦ୍ଧା, ଟାଟା-ବ୍ରହ୍ମପୁର, ବଡବିଲ-ପୁରୀ, ତାଳଚେର-ପୁରୀ, ଅନୁଗୁଳ-ପୁରୀ ଇତ୍ୟାଦି ।

ପୂର୍ବ କେନ୍ଦ୍ରୀୟ ବଙ୍ଗୋପସାଗରରେ ସକ୍ରିୟ ଗଭୀର ଅବପାତ ଏବେ ବଳ ଗୋଟାଇ ଘଣ୍ଟାପ୍ରତି ୩ କିଲୋମିଟର ମାଡି ଆସୁଛି ଗଭୀର ଅବପାତ। ଆଜି ବାତ୍ୟାର ରୂପ ନେବା ପରେ ଆସନ୍ତା କାଲି ଏହା ଭୀଷଣ ବାତ୍ୟାର ରୂପ ନେଇ ସ୍ଥଳଭାଗ ମୁହାଁ ହେବ। ପୁରୀରୁ ସାଗରଦ୍ଵୀପ ମଝିରେ ଏହା ସ୍ଥଳଭାଗ ଛୁଇଁବ । ସେଥିପାଇଁ ଓଡ଼ିଶା ଓ ପଶ୍ଚିମବଙ୍ଗ ଉପକୂଳକୁ ହାଇଆଲର୍ଟ ଜାରି କରାଯାଇଛି । ଗଭୀର ଅବପାତଟି ବର୍ତ୍ତମାନ ପାରାଦୀପଠାରୁ ୬୭୦ କିଲୋମିଟର ଦକ୍ଷିଣପୂର୍ବ ଓ ପଶ୍ଚିମବଙ୍ଗ ସାଗର ଦ୍ବୀପଠାରୁ ୭୨୦ କିଲୋମିଟର ଦକ୍ଷିଣ-ଦକ୍ଷିଣ ପୂର୍ବ ଦୂରରେ କେନ୍ଦ୍ରୀଭୂତ ରହିଛି । ବାତ୍ୟାର ପ୍ରଭାବରେ ଆଜି ସକାଳୁ ଉପକୂଳ ଅଞ୍ଚଳରେ ପାଗ ବଦଳିଛି । କୋହଲା ପାଗ କୁ ଥଣ୍ଡା ପବନ ବୋହୁଛି ।

Leave A Reply

Your email address will not be published.