Latest Odisha News

BREAKING NEWS

୩ ଟ୍ରେନ୍‌କୁ ସମ୍ପୂର୍ଣ୍ଣ ବାତିଲ ଓ ୯ ଟି ଆଂଶିକ ବାତିଲ କଲା ପୂର୍ବତଟ ରେଳପଥ

ଭୁବନେଶ୍ୱର: ଶୁକ୍ରବାର ପୂର୍ବତଟ ରେଳପଥ ପକ୍ଷରୁ ୩ ଟ୍ରେନ୍‌କୁ ଅସ୍ଥାୟୀ ଭାବେ ସମ୍ପୂର୍ଣ୍ଣ ବାତିଲ୍ କରାଯାଇଥିବା ବେଳେ ଓ ୯ଟି ଟ୍ରେନ୍‌କୁ ଆଂଶିକ ବାତିଲ୍ କରାଯାଇଛି। ଛତ୍ରିପୁଟ ଓ ମାଲିଗୁଡା ମଧ୍ୟରେ ରେଳ ଲାଇନ୍‌ ଦୋହରୀକରଣ ଶୀଘ୍ର କାର୍ଯ୍ୟକ୍ଷମ ହେବ। ଏଣୁ ନିରାପତ୍ତା ସମ୍ବନ୍ଧୀୟ ଆଧୁନିକୀକରଣ କାର୍ଯ୍ୟକୁ ଦୃଷ୍ଟିରେ ରଖି ଏହି ଟ୍ରେନ୍‌ଗୁଡ଼ିକୁ ବାତିଲ କରାଯାଇଥିବା ରେଳବାଇ ପକ୍ଷରୁ କୁହାଯାଇଛି।

ବାତିଲ୍ ହେବାକୁ ଥିବା ଟ୍ରେନଗୁଡ଼ିକ ହେଲା-

ବିଶାଖାପାଟଣା-କୋରାପୁଟ ମଧ୍ୟରେ ଚାଲୁଥିବା ବିଶାଖାପାଟଣା ଏକ୍ସପ୍ରେସ୍‌(୧୮୫୧୨/୧୮୫୧୧) ବିଶାଖାପାଟଣାରୁ ୧୭ ଓ ୨୦ ତାରିଖରେ ବନ୍ଦ ରହିବାକୁ ଥିବା ବେଳେ କୋରାପୁଟରୁ ୧୮ ଓ ୨୧ ତାରିଖରେ ଉଭୟ ଦିଗରୁ ବାତିଲ ରହିବ।

କୋରାପୁଟ-ବିଶାଖାପାଟଣା ପାସେଞ୍ଜର ସ୍ପେସିଆଲ(୦୮୫୪୫) କୋରାପୁଟରୁ ଓ କିରାଣ୍ଡୁଲରୁ- ବିଶାଖାପାଟଣା ପାସେଞ୍ଜର ସ୍ପେସିଆଲ(୦୮୫୫୨) ଉଭୟ ୨୩ ତାରିଖରେ ବାତିଲ ରହିବ।

ଆଂଶିକ ବାତିଲ ହେବାକୁ ଥିବା ଟ୍ରେନ୍‌ଗୁଡ଼ିକ ହେଲା

ରାଉରକେଲା-ଜଗଦଲପୁର ଏକ୍ସପ୍ରେସ(୧୮୧୦୭) ରାଉରକେଲାରୁ ୧୭ରୁ ୨୧ ତାରିଖ ପର୍ଯ୍ୟନ୍ତ ଜଗଦଲପୁର ପରିବର୍ତ୍ତେ କୋରାପୁଟ ପର୍ଯ୍ୟନ୍ତ ଚାଲିବ। ଜଗଦଲପୁର-ରାଉରକେଲା ଏକ୍ସପ୍ରେସ(୧୮୧୦୮) ୧୮ରୁ ୨୨ ତାରିଖ ପର୍ଯ୍ୟନ୍ତ ଜଗଦଲପୁର ପରିବର୍ତ୍ତେ କୋରାପୁଟରୁ, ଭୁବନେଶ୍ୱର-ଜଗଦଲପୁର ହୀରାଖଣ୍ଡ ଏକ୍ସପ୍ରେସ(୧୮୪୪୭) ୧୭ରୁ ୨୧ ତାରିଖ ପର୍ଯ୍ୟନ୍ତ ଜଗଦଲପୁର ପରିବର୍ତ୍ତେ କୋରାପୁଟ ପର୍ଯ୍ୟନ୍ତ ଚାଲିବ।

ସେହିପରି ଜଗଦଲପୁର-ଭୁବନେଶ୍ୱର ହିରାଖଣ୍ଡ ଏକ୍ସପ୍ରେସ(୧୮୪୪୮) ୧୮ରୁ ୨୨ ତାରିଖ ମଧ୍ୟରେ ଜଗଦଲପୁର ବଦଳରେ କୋରାପୁଟରୁ ଛାଡ଼ିବ। ହାଓଡ଼ା-ଜଗଦଲପୁର ସମଲେଶ୍ୱରୀ ଏକ୍ସପ୍ରେସ(୧୮୦୦୫) ୧୭ରୁ ୨୧ ତାରିଖ ଯାଏ ଜଗଦଲପୁର ପରିବର୍ତ୍ତେ କୋରାପୁଟ ପର୍ଯ୍ୟନ୍ତ, ଜଗଦଲପୁର-ହାଓଡ଼ା ସମଲେଶ୍ୱରୀ ଏକ୍ସପ୍ରେସ(୧୮୦୦୬) ୧୯ରୁ ୨୩ ତାରିଖ ପର୍ଯ୍ୟନ୍ତ ଜଗଦଲପୁର ବଦଳରେ କୋରାପୁଟରୁ ଛାଡ଼ିବ।

ବିଶାଖାପାଟଣା-କୋରାପୁଟ ପାସେଞ୍ଜର ସ୍ପେସିଆଲ(୦୮୫୪୬) ବିଶାଖାପାଟଣାରୁ ୧୭ରୁ ୨୨ ତାରିଖ ପର୍ଯ୍ୟନ୍ତ କୋରାପୁଟ ପରିବର୍ତ୍ତେ ରାୟଗଡ଼ା ପର୍ଯ୍ୟନ୍ତ ଚଳାଚଳ କରିବ। ସେହପରି ବିଶାଖାପାଟଣା-କିରନ୍ଦୁଲ ପାସେଞ୍ଜର ସ୍ପେଶାଲ ୧୭.୦୩.୨୦୨୩ରୁ ୨୨.୦୩.୨୦୨୩ ପର୍ଯ୍ୟନ୍ତ  କିରନ୍ଦୁଲ ପରିବର୍ତ୍ତେ ଅରକୁ ପର୍ଯ୍ୟନ୍ତ ଚାଲିବ।

 

Leave A Reply

Your email address will not be published.