Latest Odisha News

BREAKING NEWS

ରେଳ ଧାରଣାରେ ପଶୁ ଜନିତ ଦୁର୍ଘଟଣା ଏଡ଼ାଇବାକୁ ପୂର୍ବତଟ ରେଳପଥର ବ୍ୟାପକ ପ୍ରସ୍ତୁତି

ଭୁବନେଶ୍ବର: ରେଳ ଧାରଣା ଉପରେ ଘଟୁଥିବା ଅଘଟଣ କମ୍ କରିବାକୁ ପୂର୍ବ ତଟ ରେଳପଥ ଏହାର ପରିସୀମା ମଧ୍ୟରେ ବିଭିନ୍ନ ପଦକ୍ଷେପ ହାତକୁ ନେଇଛି । ଅନେକ ସମୟରେ ରେଳ ଧାରଣାରେ ଗୃହପାଳିତ ପଶୁ ବିଚରଣ କରିବା ଦ୍ବାରା ଦୁର୍ଘଟଣା ଘଟୁଛି । ତେବେ ପୂର୍ବତଟ ରେଳପଥ ପକ୍ଷରୁ ଦୁର୍ଘଟଣାକୁ ଏଡ଼ାଇବା ଏବଂ ରେଳ ଚଳାଚଳର ନିରାପତ୍ତାକୁ ବୃଦ୍ଧି କରିବା ପାଇଁ ବ୍ୟାପକ ସଚେତନତା କାର୍ଯ୍ୟକ୍ରମ ଆରମ୍ଭ କରାଯାଇଛି । ରେଳବାଇ ସୁରକ୍ଷା ବଳ (ଆରପିଏଫ୍) ସ୍ଥାନୀୟ ଗ୍ରାମ ଗୁଡିକର ଲୋକମାନଙ୍କ ସହିତ ଜଡିତ ହେବା, ଟ୍ରେନ୍ କର୍ମଚାରୀଙ୍କୁ ସମ୍ବେଦନଶୀଳ କରାଇବା ଏବଂ ରେଳ ଧାରଣା ନିକଟରେ ଗୋରୁ ବିଚରଣ ଘଟଣାରେ ଅସୁରକ୍ଷିତ ସ୍ଥାନ ଚିହ୍ନଟ କରିବା ଭଳି ସକ୍ରିୟ ପଦକ୍ଷେପ ନେଇଛି ।

ଏହି ଅଭିଯାନର ଏକ ମୁଖ୍ୟ ଦିଗ ହେଉଛି ରେଳ ଟ୍ରାକ୍ ରେ ଖାଦ୍ୟ ବର୍ଜ୍ୟବସ୍ତୁ ପକାଇବାକୁ ନିରୁତ୍ସାହିତ କରିବା, କାରଣ ଏହା ପଶୁମାନଙ୍କୁ ଆକର୍ଷିତ କରିଥାଏ ଏବଂ ଆଖପାଖରେ ଏକତ୍ରିତ ହେବାର ସମ୍ଭାବନା ବୃଦ୍ଧି କରିଥାଏ । ଏହି ପ୍ରକ୍ରିୟା ଏକ ପରିବେଶ ସୃଷ୍ଟି କରିବାକୁ ଲକ୍ଷ୍ୟ ରଖିଛି ଯାହା ରେଳ ଭିତ୍ତିଭୂମି ପ୍ରତି ବନ୍ୟଜନ୍ତୁଙ୍କ ଆକର୍ଷଣକୁ କମ କରିଥାଏ ।

୨୦୨୧ ମସିହା ଠାରୁ ଆୟୋଜିତ ସଚେତନତା ଅଭିଯାନ ଆରମ୍ଭ ହେବା ପରଠାରୁ, ପୂର୍ବତଟ ରେଳପଥ ୨୪୯୨ ସଚେତନତା ଅଭିଯାନ ଆୟୋଜନ କରିଛି ଯାହାଦ୍ୱାରା ଗୃହପାଳିତ ପଶୁ ବିଚରଣ ଘଟଣାକୁ ଏଡ଼ାଇବା ପାଇଁ ଏକ ନିରନ୍ତର ପ୍ରତିବଦ୍ଧତା ପ୍ରଦର୍ଶନ କରିଛି । ଚଳିତ ବର୍ଷ ଏହି ଘଟଣାରେ ଅଧିକାରୀମାନେ ୧୭ ଟି ମାମଲା ରୁଜୁ କରିଛନ୍ତି ଏବଂ ଛଅ ଜଣଙ୍କୁ ଗିରଫ କରିଛନ୍ତି ।

ଦୃଷ୍ଟାନ୍ତମୂଳକ ପଦକ୍ଷେପ ନେଇ ରେଳବାଇ ସୁରକ୍ଷା ବଳ ରେଳ ଧାରଣା ମାର୍ଗରେ ସମ୍ବେଦନଶୀଳ ଅଞ୍ଚଳରେ ସଚେତନତା ଅଭିଯାନ କାର୍ଯ୍ୟକ୍ରମ ପ୍ରାରମ୍ଭ କରି ରେଳ ଧାରଣା ପାର୍ଶ୍ଵବର୍ତ୍ତୀ ଗ୍ରାମ ଗୁଡିକର ଅଧିବାସୀ ମାନଙ୍କୁ ସେମାନଙ୍କର ଗୃହପାଳିତ ପଶୁ ମାନଙ୍କୁ ରେଳ ଧାରଣା ନିକଟକୁ ନଛାଡିବା ପାଇଁ ପରାମର୍ଶ ଦେଉଛନ୍ତି । ଏହା ବ୍ୟତୀତ ଗୋରୁ ମାଲିକଙ୍କ ଅବହେଳା ପ୍ରତି ଆଇନଗତ କାର୍ଯ୍ୟକାରୀ ସମ୍ଭାବ୍ୟ ହୋଇପାରେ ବୋଲି ଆରପିଏଫ ସ୍ପଷ୍ଟ କରିଛି ।

ପୂର୍ବତଟ ରେଳପଥର ସକ୍ରିୟ ପଦକ୍ଷେପ ଏବଂ ରେଳ ସୁରକ୍ଷା ବଳ ଏବଂ ରେଳ ଧାରଣା ପାର୍ଶ୍ଵବର୍ତ୍ତୀ ଗ୍ରାମଗୁଡିକର ସ୍ଥାନୀୟ ଅଧିବାସୀ ମାନଙ୍କ ମିଳିତ ପ୍ରୟାସ ରେଳ ନିରାପତ୍ତା ସୁନିଶ୍ଚିତ କରିବା ଟ୍ରେନ୍ ଏବଂ ଗୋରୁ ସହିତ ଜଡିତ ଦୁର୍ଭାଗ୍ୟଜନକ ଘଟଣାକୁ ଏଡ଼ାଇବା ପାଇଁ ଅତ୍ୟାବଶ୍ୟକ ପଦକ୍ଷେପ ଅଟେ ।

Leave A Reply

Your email address will not be published.