Latest Odisha News

BREAKING NEWS

ପୂର୍ବତଟ ରେଳପଥ ମଧ୍ୟରେ ଗଡିବ ୪ ବିଶେଷ ଟ୍ରେନ୍; ଆଉ କେଉଁ ଟ୍ରେନ୍ ବାତିଲ, ଜାଣନ୍ତୁ

ଭୁବନେଶ୍ୱର: ପୂର୍ବତଟ ରେଳପଥ ଏହାର ପରିସୀମା ମଧ୍ୟରେ ଆଉ ଚାରିଟି ସ୍ୱତନ୍ତ୍ର ଟ୍ରେନ୍ ଚଳାଇବାକୁ ନିଷ୍ପତ୍ତି ନେଇଛି।

ଏହି ଟ୍ରେନ ଗୁଡିକ ହେଉଛି – ବିଶାଖାପାଟନମ୍-ରାୟଗଡା-ବିଶାଖାପାଟନମ୍, ପାଲାସା-ବିଶାଖାପାଟନମ୍-ପାଲାସା, ପାଲାସା-ଭୁବନେଶ୍ୱର-ପାଲାସା ଏବଂ ସମ୍ବଲପୁର-ରାୟଗଡା-ସମ୍ବଲପୁର।

୦୧. ୦୮୫୦୮/୦୮୫୦୭ ବିଶାଖାପାଟନମ୍-ରାୟଗଡା-ବିଶାଖାପାଟନମ୍ ସ୍ୱତନ୍ତ୍ର ଏକ୍ସପ୍ରେସ୍

୦୮୮୫୦୮ ବିଶାଖାପାଟନମ୍-ରାୟାଗଡା ବିଶେଷ ଟ୍ରେନ ୧୫ ନଭେମ୍ବର, ୨୦୨୦ ଠାରୁ ବିଶାଖାପାଟନମରୁ ଅପରାହ୍ନ ୪ଘ.୫୦ମି. ରେ ଛାଡି ରାୟଗଡା ଠାରେ ରାତ୍ର ୯ ଘଟିକାରେ ପହଞ୍ଚିବ।

ଫେରିବା ସମୟରେ, ୦୮୫୦୭ ରାୟଗଡା-ବିଶାଖାପାଟନମ୍ ବିଶେଷ ଟ୍ରେନ ୧୬ ନଭେମ୍ବର, ୨୦୨୦ ଠାରୁ ରାୟଗଡ଼ାରୁ ସକାଳ ୫ଘ.୧୫ମି.ରେ ଛାଡି ବିଶାଖାପାଟନମରେ ପୂର୍ବାହ୍ନ ୯ଘ.୨୫ମି.ରେ ପହଞ୍ଚିବ।

ଏହି ଟ୍ରେନରେ ୧୦ ଟି ଦ୍ୱିତୀୟ ଶ୍ରେଣୀ ସିଟିଙ୍ଗ କୋଚ୍ ଏବଂ ଦୁଇଟି ଗାର୍ଡ ତଥା ଲଗେଜ୍ ଭ୍ୟାନ୍ ଉପଲବ୍ଧ ଥିବାବେଳେ ଏହା ବିଶାଖାପାଟନମ ଓ ରାୟଗଡା ମଧ୍ୟରେ ଉଭୟ ପାର୍ଶ୍ୱରୁ ସିମାଞ୍ଚଲମ୍, କୋଟାଭାଲାସା, ବିଜୟନଗରମ୍, ଗଜପତିନଗରମ୍, ବବିଲି ଏବଂ ପାର୍ବତୀପୁରମ୍ ଷ୍ଟେସନ ମାନଙ୍କରେ ରହଣି କରିବ।

୦୨. ୦୮୫୩୧/୦୮୫୩୨ ପାଲାସା-ବିଶାଖାପାଟନମ୍-ପାଲାସା ସ୍ୱତନ୍ତ୍ର ଏକ୍ସପ୍ରେସ-

୦୮୫୩୧ ପାଲାସା-ବିଶାଖାପାଟନମ୍ ବିଶେଷ ଟ୍ରେନ ୧୬ ନଭେମ୍ବର, ୨୦୨୦ ଠାରୁ ପାଲାସା ଠାରୁ ସକାଳ ୫ଘ.୨୫ମି.ରେ ଛାଡି ବିଶାଖାପାଟନମରେ ପୂର୍ବାହ୍ନ ଦଶ ଘଣ୍ଟାରେ ପହଞ୍ଚିବ। ଫେରିବା ଦିଗରେ, ୦୮୫୩୨ ବିଶାଖାପାଟନମ୍-ପାଲାସା ବିଶେଷ ଟ୍ରେନ ବିଶାଖାପାଟନମରୁ ୧୫ ନଭେମ୍ବର, ୨୦୨୦ ଠାରୁ ସନ୍ଧ୍ୟା ୬ଘ.୩୫ମି.ରେ ଛାଡି ପାଲାସରେ ରାତ୍ର ୧୧ଘ.୩୦ମି.ରେ ପହଞ୍ଚିବ।

ଏହି ଟ୍ରେନ୍ ରେ ୧୪ ଟି ଦ୍ୱିତୀୟ ଶ୍ରେଣୀ ସିଟିଙ୍ଗ କୋଚ୍ ଏବଂ ଦୁଇଟି ଗାର୍ଡ ତଥା ଲଗେଜ୍ ଭ୍ୟାନ୍ ଉପଲବ୍ଧ ଥିବାବେଳେ ଏହା ପଲାସା ଓ ବିଶାଖାପାଟନମ ମଧ୍ୟରେ ଉଭୟ ପାର୍ଶ୍ୱରୁ ନୌପଡା, ତିଲାରୁ, ଶ୍ରୀକାକୁଲମ୍ ରୋଡ୍, ପୁଣ୍ଡରୁ, ଚିପୁରୁପାଲ୍ଲୀ, ବିଜୟନଗରମ୍, କୋଟାଭାଲାସା ଏବଂ ସିମାଞ୍ଚଲମ୍ ଷ୍ଟେସନ ମାନଙ୍କରେ ରହଣି କରିବ।

୦୩. ୦୮୪୩୪/୦୮୪୩୩ ପାଲାସା-ଭୁବନେଶ୍ୱର-ପାଲାସା ସ୍ୱତନ୍ତ୍ର ଏକ୍ସପ୍ରେସ-

୦୮୫୩୪ ପାଲାସା-ଭୁବନେଶ୍ୱର ବିଶେଷ ଟ୍ରେନ ୧୬ ନଭେମ୍ବର, ୨୦୨୦ ଠାରୁ ପାଲାସାରୁ ସକାଳ ୬ ଘଟିକାରେ ଛାଡି ଭୁବନେଶ୍ୱରରେ ପୂର୍ବାହ୍ନ ୧୦ଘ.୧୦ମି.ରେ ପହଞ୍ଚିବ। ଫେରିବା ଦିଗରେ, ୦୮୫୩୩ ଭୁବନେଶ୍ୱର-ପାଲାସା ବିଶେଷ ଟ୍ରେନ ଭୁବନେଶ୍ୱରରୁ ୧୫ ନଭେମ୍ବର, ୨୦୨୦ ଠାରୁ ସନ୍ଧ୍ୟା ୬ଘ.୨୦ମି.ରେ ଛାଡି ପଲାସା ଠାରେ ରାତ୍ର ୧୦ଘ.୪୦ମି.ରେ ପହଞ୍ଚିବ।

ଏହି ଟ୍ରେନରେ ୧୬ ଟି ଦ୍ୱିତୀୟ ଶ୍ରେଣୀ ସଂରକ୍ଷିତ ସିଟିଙ୍ଗ କୋଚ୍ ଉପଲବ୍ଧ ଥିବାବେଳେ ଏହା ଉଭୟ ପାର୍ଶ୍ୱରୁ ପଲାସା ଓ ଭୁବନେଶ୍ୱର ମଧ୍ୟରେ ସୋମପେଟା, ଇଚ୍ଛାପୂରମ, ବ୍ରହ୍ମପୁର, ଛତ୍ରପୁର, ଖଲିକୋଟ, ବାଲୁଗାଁ, କାଳୁପଡାଘାଟ, ନିରାକାରପୁର ଓ ଖୋର୍ଦ୍ଧା ରୋଡ଼ ଷ୍ଟେସନ ମାନଙ୍କରେ ରହଣି କରିବ।

୦୪. ୦୮୩୦୧/୦୮୩୦୨ ସମ୍ବଲପୁର-ରାୟଗଡା-ସମ୍ବଲପୁର ସ୍ୱତନ୍ତ୍ର ଏକ୍ସପ୍ରେସ-

୦୮୩୦୧ ସମ୍ବଲପୁର-ରାୟଗଡା ବିଶେଷ ଟ୍ରେନ୧୫ ନଭେମ୍ବର, ୨୦୨୦ ଠାରୁ ସମ୍ବଲପୁରରୁ ସକାଳ ୬ଘ.୦୫ମି.ରେ ଛାଡି ରାୟଗଡା ଠାରେ ଅପରାହ୍ନ ୧୨ଘ.୪୦ମି.ରେ ପହଞ୍ଚିବ। ଫେରିବା ଦିଗରେ, ୦୮୩୦୨ ରାୟଗଡା-ସମ୍ବଲପୁର ବିଶେଷ ଟ୍ରେନ ରାୟଗଡାଠାରୁ ୧୫ ନଭେମ୍ବର, ୨୦୨୦ ରୁ ଅପରାହ୍ନ ୨ଘ.୦୫ମି.ରେ ଛାଡି ସମ୍ବଲପୁର ଠାରେ ରାତ୍ର ୮ଘ.୨୦ମି.ରେ ପହଞ୍ଚିବ।

ଏହି ଟ୍ରେନରେ ଗୋଟିଏ ସ୍ଲିପର କ୍ଲାସ, ଛଅ ଟି ଦ୍ୱିତୀୟ ଶ୍ରେଣୀ ସଂରକ୍ଷିତ ସିଟିଙ୍ଗ କୋଚ୍ ଏବଂ ଦୁଇଟି ଗାର୍ଡ ତଥା ଲଗେଜ୍ ଭ୍ୟାନ୍ ଉପଲବ୍ଧ ଥିବାବେଳେ ଉଭୟ ପାର୍ଶ୍ୱରୁ ସମ୍ବଲପୁର ଓ ରାୟଗଡା ମଧ୍ୟରେ ହୀରାକୁଦ, ଅତାବିରା, ବରଗଡ ରୋଡ, ବରପାଲି, ଲୋଇସିଙ୍ଗା, ବାଲାଙ୍ଗୀର, ସଇଁତଳା, ବଡ଼ମାଲ, ଟିଟିଲାଗଡ, କେସିଙ୍ଗା, ରୁପ୍ରା ରୋଡ, ନର୍ଲା ରୋଡ, ଲାଞ୍ଜିଗଡ଼ ରୋଡ଼, ଆମ୍ବାଦଳା, ମୁନିଗୁଡା, ଥେରୁଭାଲୀ ଏବଂ ସିଙ୍ଗାପୁର ରୋଡ୍ ଷ୍ଟେସନ ମାନଙ୍କରେ ରହଣି କରିବ।

ପାର୍ବଣ ବିଶେଷ ଟ୍ରେନ ସେବା ପ୍ରତ୍ୟାହାର-

କମ୍ ପୃଷ୍ଠପୋଷକତା ହେତୁ ନିମ୍ନଲିଖିତ ଅନୁଯାୟୀ ଭୁବନେଶ୍ୱର-ବାଙ୍ଗିରିପୋସି-ଭୁବନେଶ୍ୱର, ପୁରୀ-ବଡ଼ବିଲ-ପୁରୀ, ପୁରୀ-ପାରାଦୀପ-ପୁରୀ, ବିଶାଖାପାଟନମ୍-ବିଜୟୱାଡା-ବିଶାଖାପାଟନମ୍ ଏବଂ ପୁରୀ-ହାଓଡା-ପୁରୀ ସାପ୍ତାହିକ ବିଶେଷ ଟ୍ରେନ ମାନଙ୍କର ସେବା ପ୍ରତ୍ୟାହାର କରିବାକୁ ନିଷ୍ପତ୍ତି ନିଆଯାଇଛି।

୦୨୮୯୨/୦୨୮୯୧ ଭୁବନେଶ୍ୱର-ବାଙ୍ଗିରିପୋସି-ଭୁବନେଶ୍ୱର ପାର୍ବଣ ବିଶେଷ ଟ୍ରେନ ଭୁବନେଶ୍ୱରରୁ ୧୨ ନଭେମ୍ବର ଏବଂ ବାଙ୍ଗିରିପୋସିରୁ ୧୩ ନଭେମ୍ବର, ୨୦୨୦ ଠାରୁ ବାତିଲ୍ ରହିବ।

୦୮୪୧୬/୦୮୪୧୫ ପୁରୀ-ବଡ଼ବିଲ-ପୁରୀ ପାର୍ବଣ ବିଶେଷ ଟ୍ରେନ ପୁରୀ ରୁ ୧୩ ନଭେମ୍ବର ଠାରୁ ଏବଂ ବଡ଼ବିଲ ଠାରୁ ୧୪ ନଭେମ୍ବର, ୨୦୨୦ ଠାରୁ ବାତିଲ୍ ରହିବ।

୦୮୪୧୪/୦୮୪୧୩ ପୁରୀ-ପାରାଦୀପ-ପୁରୀ ପାର୍ବଣ ବିଶେଷ ଟ୍ରେନ ଉଭୟ ପୁରୀ ଏବଂ ପାରାଦୀପରୁ ୧୨ ନଭେମ୍ବର ୨୦୨୦ ଠାରୁ ବାତିଲ ରହିବ।

୦୨୭୦୫/୦୨୭୦୬ ବିଶାଖାପାଟନମ୍-ବିଜୟୱାଡା-ବିଶାଖାପାଟନମ୍ ପାର୍ବଣ ବିଶେଷ ଟ୍ରେନ ଉଭୟ ବିଶାଖାପାଟନମ୍ ଏବଂ ବିଜୟୱାଡାରୁ ୧୨ ନଭେମ୍ବର, ୨୦୨୦ ଠାରୁ ବାତିଲ୍ ରହିବ।

୦୨୮୯୬/୦୨୮୯୫ ପୁରୀ-ହାଓଡ଼ା-ପୁରୀ ସାପ୍ତାହିକ ବିଶେଷ ଟ୍ରେନ ପୁରୀରୁ ୧୨ ନଭେମ୍ବର ଏବଂ ହାଓଡ଼ାରୁ ୧୩ ନଭେମ୍ବର, ୨୦୨୦ ଠାରୁ ବାତିଲ୍ ରହିବ।

ନିୟମିତ ଯାତ୍ରୀ ସଂରଚନା ପରିଚାଳନାକୁ ସମୀକ୍ଷା କରି ଦେଖାଯାଇଅଛି ଯେ, ଉପରୋକ୍ତ ଟ୍ରେନ୍ ଗୁଡ଼ିକ ଅତ୍ୟନ୍ତ ଖରାପ ପୃଷ୍ଠପୋଷକତାରେ ଚଳାଚଳ କରୁଅଛି। ଏହାକୁ ଦୃଷ୍ଟିରେ ରଖି ଏହି ପାଞ୍ଚ ଯୋଡି ଟ୍ରେନର ସେବା ବାତିଲ କରିବାକୁ ନିଷ୍ପତ୍ତି ନିଆଯାଇଛି।

Leave A Reply

Your email address will not be published.